ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ବୈଠକ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ଜରୁରୀକାଳୀନ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ୱାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରି ତଥା ବରିଷ୍ଠ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। କର୍ମଚାରୀ ମାନେ ବିଭିନ୍ନ ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହୋଇଥିବା ଯୋଗୁଁ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର କର୍ମଚାରୀ ମାନଙ୍କର ଦାବି ପୁରଣ କରିବା ନିମନ୍ତେ ସମସ୍ତେ ଅନୁରୋଧ କରିଥିଲେ।ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ୧୦ ଗୋଟି ଦାବି ମଧ୍ୟରୁ ସରକାର ଗୋଟିଏ ଦାବି ପୁରଣ କରିବାରେ ସକ୍ଷମ ହୋଇଥିବାରୁ ଶ୍ରୀ ଦାଶ୍ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଅନ୍ୟ ୯ ଗୋଟି ଦାବି ପୁରଣ କରିବା ନିମନ୍ତେ ସରକାର ଙ୍କୁ ଅନୁରୋଧ କରିଥିଲେ। ସମସ୍ତ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତଦାନ ପ୍ରଦାନ କରିବା ପରେ ଯଦି ସରକାର କର୍ମଚାରୀ ମାନଙ୍କର ୯ ଗୋଟି ଦାବି ପୁରଣ କରନ୍ତି ତାହେଲେ ସମସ୍ତ ବର୍ଗର କର୍ମଚାରୀ ମାନେ ଉପକୃତ ହୋଇପାରିବେ ବୋଲି ମତପୋଷଣ କରିଥିଲେ। ଉକ୍ତ ଦାବି ଗୁଡ଼ିକ ଯଥା ସମସ୍ତ କର୍ମଚାରୀ ଙ୍କୁ ପୁରୁଣା ପେନସନ ପ୍ରଦାନ କରିବା, ସମସ୍ତ କର୍ମଚାରୀ ଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବା, ଠିକା ନିଯୁକ୍ତି ଉଛେଦ କରିବା, ବ୍ଲକ୍ ଗ୍ରାଣ୍ଟ ଉଛେଦ କରିବା ସହିତ ଏକ୍ସକ୍ୟାଡର ଉଛେଦ କରିବା, ବ୍ଲକ୍ ସ୍ତରରେ କାର୍ଯ୍ୟରତ କର୍ମଚାରୀ ଙ୍କ ଘର ଭଡ଼ା ବୃଦ୍ଧି କରିବା, କୋବିଡ ମହାମାରୀ ସମୟରୁ ସ୍ଥଗିତ ରଖାଯାଇଥିବା ମହଙ୍ଗା ଭତ୍ତା ପ୍ରଦାନ କରିବା, ଯୋଗ୍ୟତା ଭିତ୍ତିରେ ସମସ୍ତ ଙ୍କୁ ସମାନ ଦରମା ପ୍ରଦାନ କରିବା, ବାର୍ଷିକ ସମର୍ପଣ ଛୁଟି ପ୍ରଦାନ କରିବା ଓ ଏଲ ଟି ସି ବା ଭ୍ରମଣ ରାଶି ପ୍ରଦାନ କରିବା , ଏନେଇ ରାଜ୍ୟ ସଂଘ ପୁଣିଥରେ ସରକାର ଙ୍କୁ ଦାବି ପତ୍ର ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ କର୍ମଚାରୀ ଓ କର୍ମକର୍ତ୍ତା ମତ ଦେଇଥିଲେ।ଅତି ଶିଘ୍ର କୋରାପୁଟ ଜିଲ୍ଲା ରେ ରାଜ୍ୟ ସଂଘ ର ଏକ ସମାବେଶର ଆୟୋଜନ କରିବା ସହ ରାଜ୍ୟ ସରକାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଦାଶ୍ ସଭାପତି ମତ ଦେଇଥିଲେ ।ଉକ୍ତ ବୈଠକରେ ଶ୍ରୀ ମହେଶ୍ୱର ମିଶ୍ର ସମ୍ପାଦକ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ କାଳି ପ୍ରସାଦ ମିଶ୍ର, ରାଜ୍ୟ ଉପସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଶ୍ରୀ କୈଳାସ ସାମନ୍ତରାୟ, ଉପଦେଷ୍ଟା ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଶ୍ରୀ ବିନାୟକ ପଣ୍ଡା, ସହ ସମ୍ପାଦକ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ମଞ୍ଚାଶିନ ହୋଇଥିଲା ବେଳେ ଶ୍ରୀ ଜଗେନ୍ଦ୍ର ଚୈଧୁରି,ଶ୍ରୀ ସଞ୍ଜୟ କୁମାର ରଥ, ଶ୍ରୀ ନିମାଇ ବେହେରା, ପଙ୍କଜ କୁମାର ପାଣିଗ୍ରାହୀ, କିରଣ ମହାରଣା ଶ୍ରୀ ଅଜୟ କୁମାର ପ୍ରଧାନ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।