ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ନିକଟସ୍ଥ ସାନମୌଦା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋରୁମହିଷାଣୀ ଆଇରନ ଯୁକ୍ତ ଦୁଇ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ ଦିଗମ୍ବର ଗିରି,ହିନ୍ଦୀ ଶିକ୍ଷୟତ୍ରୀ ଡଃ ନିର୍ମଳା ଜେନା,ଭିଏମଡିସି ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ବାଣିଜ୍ୟ ବିଭାଗର ଶିକ୍ଷୟତ୍ରୀ ମୋନା ରାମ ବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଦେଶ୍ୟ,ତାର ଲକ୍ଷ୍ୟ,କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ,, ଛାତ୍ରଛାତ୍ରୀର କିଭଳି ସର୍ବାଙ୍ଗୀନ ବିକାଶ ହେଉଛି ତାହା ଉପରେ ବିଶଦ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଡଃ ଦିଗମ୍ବର ଗିରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ ଅଧ୍ୟବସାୟ କରି ଜଣେ ସଫଳ ମଣିଷ ହେବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିବାପାଇଁ ଆହ୍ୱାନ ଦେଇଥିଲେ ।ଭିଏମଡିସି ସଭ୍ୟ ପ୍ରସନ୍ନ ମହାନ୍ତି ଯୋଗଦେଇ କହିଥିଲେ ଏହି ବିଦ୍ୟାଳୟ ଗ୍ରାମାଞ୍ଚଳ ସ୍ବପ୍ନ ସାକାର କରିବାରେ ସହାୟକ ହେବ ବୋଲି କହିଥିଲେ ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥୀମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ