ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ ମଙ୍ଗଳବାର ଏକ ଭାବବିହ୍ବଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏଥି ସହିତ ସମ୍ପୃକ୍ତ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଭାଲେଣ୍ଟିନା ନାହାକ, ଗଣିତ ଶିକ୍ଷକ ସୁଧାକର ଭାତ୍ରା, କମ୍ପ୍ୟୁଟର ଶିକ୍ଷୟିତ୍ରୀ ଜାନକୀ ପ୍ରଧାନ, ହିନ୍ଦୀ ଶିକ୍ଷୟିତ୍ରୀ ସୁପ୍ରଭା ସେନାପତି ଓ କ୍ରୀଡ଼ା ଶିକ୍ଷକ ଅମ୍ବିକା ପ୍ରସାଦ ଦାଶଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଟେଲ ପ୍ରତିଯୋଗିତା ମୂଳକ ମନୋଭାବ, କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜକୁ ପ୍ରସ୍ତୁତ କରି ଜଣେ ଆଦର୍ଶ ଶିକ୍ଷାର୍ଥୀ ଭାବେ ସୁନାମ ଅର୍ଜ୍ଜନ କରିବା ପାଇଁ ଛାତ୍ର ଓ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ୨୦୧୭ ଅକ୍ଟୋବର ମାସରେ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ଵ ଗ୍ରହଣ କରିଥିଲେ।ପରେ ୨୦୧୮ରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ନୋଡାଲ ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ବହନ କରିଥିଲେ। ତାଙ୍କ ଦୀର୍ଘ ୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟରେ ଅନୁଶାସନ, ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ବିଦ୍ୟାଳୟର ସୁନାମ ଅର୍ଜ୍ଜନ କରିଥିଲେ। ଏକ ନିରାଡ଼ମ୍ବର ଓ ଭାବବିହ୍ବଳ ପରିବେଶରେ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ କଟକ ଜିଲ୍ଲା କଟକ ସଦର ଶ୍ରୀରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ବେଉରାଙ୍କୁ କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବଦଳି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ