ଓଡ଼ିଶା ଆର.ଏମ୍.ସି ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଆର.ଏମ୍.ସି ସଂଘ (ନିୟନ୍ତ୍ରିତ ବଜାର କମିଟି) ସ୍ଥାୟୀ ଓ ଅସ୍ଥାୟୀ ସଂଘର ଆଲୋଚନାଚକ୍ର ଓ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନସ୍ଥିତ ସଂଘର ରାଜ୍ୟ କାର୍ଯ୍ୟାଳୟ, ‘ବୁଲନଭାଇ ସେବା ଭବନ’ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ପରମେଶ୍ୱର ଦାଶ (ବୁଲନ ଭାଇ)ଙ୍କ ଅଧ୍ୟକ୍ଷତାରେ କର୍ମଚାରୀଙ୍କର ସମସ୍ୟାକୁ ନେଇ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମବାୟବିତ ଓ ଯୁବନେତ୍ରୀ ପ୍ରଭାସିନୀ ଷଡ଼ଙ୍ଗୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର ଯୁବନେତା ରାଜକିଶୋର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଦୀପକ ମହାପାତ୍ର, ସାମ୍ବାଦିକା ମିଲନ ଜେନା, କାର୍ଯ୍ୟକାରୀ ସଭାପତି ନବକିଶୋର ସାହୁ, ଉପଦେଷ୍ଟା ଭାସ୍କର ସାବତ, ସାଧାରଣ ସମ୍ପାଦକ ଅରୂପାନନ୍ଦ ସ୍ୱାଇଁ ଏବଂ ରାଜ୍ୟର ୩୦ଟି ଜିଲ୍ଲାର ୬୬ଟି ଆର.ଏମ୍.ସି.ର କର୍ମଚାରୀ ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏବଂ ସଂଘ କର୍ମଚାରୀମାନଙ୍କର ସମସ୍ତ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆସନ୍ତା ଜୁଲାଇ ମାସରେ ଭୁବନେଶ୍ୱରଠାରେ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ଦାଶ ଜଣାଇଛନ୍ତି ।


