ଜାମସେଦପୁର ଏଫସିକୁ୨-୧ ଗୋଲରେ ହରାଇଲା ଓଡ଼ିଶା ଏଫସି
ଭୂବନେଶ୍ୱର- ଶୁକ୍ରବାର ଆଇଏସ୍ଏଲର ଏକ ରୋମାଞ୍ଚକର ମ୍ୟାଚରେ ଜାମସେଦପୁର ଏଫସି ୨-୧ଗୋଲରେ ହରାଇଛି ଓଡ଼ିଶା ଏଫସି। ଘରୋଇ ପରବେଶରେ ଖେଳୁଥିବା ଓଡ଼ିଶା ଏଫସି ଦଳ ମ୍ୟାଚର ୨୮ ତମ ମିନିଟରେ ଓଡ଼ିଶା ଏଫସି ତରଫରୁ ଫରୱାର୍ଡରେ ଖେଳୁଥିବା ଆରଡାନ ସାଣ୍ଟାନା ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ଜାମସେଦପୁର ଏଫସି ମଧ୍ୟ ଗୋଲ ଦେଇ ସ୍ଥିତି ବରାବର କରିଥିଲା। ତେବେ ପ୍ରଥମ ହାଫ୍ ଶେଷ ହେବା ପୂର୍ବରୁ ଆରାଡାନ ସାଣ୍ଟାନା ପୁଣି ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ଓଡ଼ିଶା ଏଫସି ପ୍ରଥମ ହାଫକୁ ୨-୧ରେ ଶେଷ କରିଥିଲା।


