ଓଡ଼ିଶା କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି ନ ହେବା ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ବୁଧବାର ଦିବା ୧୦ଘ. ସମୟରେ ଭୁବନେଶ୍ଵର ସ୍ଥିତ ଶିକ୍ଷକ ଭବନଠାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ ହୋଇଥିଲା ।ପୂର୍ବରୁ ବହୁବାର ରାଜ୍ୟର କର୍ମକର୍ତ୍ତା ମାନେ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ସହଭେଟି କନିଷ୍ଠ ଶିକ୍ଷକ ମାନଙ୍କର ଦରମା ବୃଦ୍ଧିକୁ ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୬,୦୦୦ ରୁ ଉର୍ଦ୍ଧ କନିଷ୍ଠ ଶିକ୍ଷକ କାଯ୍ୟରତ ଅଛନ୍ତି।ମାତ୍ର ୬୫୧୨ ଟଙ୍କାରେ ଜଣେ ଅଣକୁଶଳୀ ଶ୍ରମିକ ଠାରୁ କମ୍ ପାରିତୋଷିକ ପାଇ ମଧ୍ୟ ଶିକ୍ଷାଦାନ କରିବା ସହ ସରକାରଙ୍କୁ ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି । ୨୦୧୬ ମସିହାରୁ କନିଷ୍ଠ ଶିକ୍ଷକ ମାନଙ୍କର ଦରମାରେ ଟଙ୍କାଟିଏ ମଧ୍ୟ ବୃଦ୍ଧି ହୋଇନଥିବା ବେଳେ ସରକାରୀ ଛଳନାରେ ଶିକାର ହୋଇଛନ୍ତି । ଓଡ଼ିଶାର ସମସ୍ତ ସରକାରୀ କର୍ମଚାରୀ ବିଭିନ୍ନ ସମୟରେ ଉପକୃତ ହେଉଥିବା ବେଳେ କନିଷ୍ଠ ଶିକ୍ଷକ ମାନେ ପ୍ରତାରିତ ହୋଇଛନ୍ତି,ଯାହା ଶିକ୍ଷକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।
ଶିକ୍ଷକ ମାନଙ୍କର ସମସ୍ୟାକୁ ସରକାର ଗୁରୁତର ସହିତ ଗ୍ରହଣ କରି ସେମାନଙ୍କର ଦରମା ବୃଦ୍ଧି ଓ ଅନନ୍ୟା ସମସ୍ୟାର ସମାଧାନ ନ କଲେ ଏକ ବିଶାଳ ଗଣଧାରଣା ସହ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ସଂଘର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ