ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ନଭେମ୍ବର ୨୮ରୁ ବିଶାଳ ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ, ରାତ୍ରୀ ଜଗୁଆଳୀ ଓ ଝାଡୁଦାର ସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୨୮ରିଖ ସୋମବାର ଦିବା ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ୟୁନିଟ୍-୨, ଗାନ୍ଧୀମାର୍ଗ, ବିଧାନସଭା ସମ୍ମୁଖରେ କର୍ମଚାରୀମାନଙ୍କ ବିଭିନ୍ନ ପ୍ରମୁଖ ମୌଳିକ ଦାବି ପୂରଣ ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ନିକଟରେ ବିଶାଳ ଗଣଧାରଣା ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ୬୭୯୪ ଗ୍ରାମ ପଞ୍ଚୟତମାନଙ୍କରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ସମୂହ ଭାବେ ଆନ୍ଦୋଳନରେ ସାମିଲ ହୋବକୁ ରାଜ୍ୟ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି ।