ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦିଅ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲାର ୧୦ଗୋଟି ବ୍ଲକର ୧୯୦ଗୋଟି ଗ୍ରାମ ପଞ୍ଚାୟତ ମାନଙ୍କରେ ମୋଟ ୧୪୯ଜଣ ପିଅନ, ୧୯ଜଣ ରାତ୍ର ଜଗୁଆଳୀ ଓ ୭ଜଣ ସୁଇପର ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ମା’ ବାଟମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ରାଜେଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୧୦ଗୋଟି ଦାବୀ ଉପସ୍ଥାପନ କରାଯାଇଛି ଯଥା-ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସମାନ କାମକୁ ସମାନ ଦରମା, ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୧୨୫/୨୦୧୪ ମସିହା ଓ ୧୯୬୪ ମସିହା ୧୨୩ ଆଇନକୁ ତୁରନ୍ତ ସଂଶୋଧନ କରି ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା, ପଞ୍ଚାୟତିରାଜ ବିଧିବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ପଞ୍ଚାୟତିରାଜ ବିଭାଗର ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ ସିଷ୍ଟମରେ କର୍ମଚାରୀମାନଙ୍କ ସବିଶେଷ ତଥ୍ୟ ଅପଲୋଡ଼ କରିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା, ଶ୍ରମ ଓ ନିୟୋଜନ ବିଭାଗର କ୍ୟାଟାଗୋରୀରେ ସାମିଲ୍ କରିବା ସହିତ ଦୈନିକ ସର୍ବନିମ୍ନ ମଜୁରି ୩୫୨ ଟଙ୍କାରୁ କମ୍ ହେଉନଥିବା ଏକ ଷ୍ଟାଣ୍ଡିଂ ଅର୍ଡ଼ର ପଞ୍ଚାୟତିରାଜ ବିଭାଗରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ବ୍ୟବସ୍ଥା କରିବା ସହିତ କର୍ମଚାରୀର ମୃତ୍ୟୁ ଅନ୍ତେ ତାର ପରିବାରର ଜଣେ ସଦସ୍ୟଙ୍କୁ ଥଇଥାନ ଦେବା ଓ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ୍ୟୁ ଅନ୍ତେ ସରକାରଙ୍କ ଠାରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ଭଳି ଦାବି ସହିତ ବିଗତ ଦିନମାନଙ୍କରେ ଗ୍ରାମ ସମ୍ପାଦକମାନଙ୍କୁ ଯେଉଁ ଗ୍ରାଉଣ୍ଡରେ ସରକାରୀ ଅନୁଦାନ ଦେଇଥିଲେ, ସେହି ପଦ୍ଧତିରେ ଏମାନଙ୍କୁ (ଏକ୍ସବଦ୍ଭଗ୍ଧ-ସଦ୍ଭ-ଇସୟ) କର୍ମଚାରୀ ସହାୟତା ଅନୁଦାନ ପ୍ରଦାନ କରିବା ଭଳି ଦାବିଗୁଡ଼ିକ ରାଜ୍ୟ ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫-ଟି ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ବିଭାଗ, ଆଇନ, ଶ୍ରମ ଓ ଅର୍ଥ ବିଭାଗ ମନ୍ତ୍ରୀ ମହୋଦୟ, ସାଂଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ତଥା ପ୍ରଣବ ପ୍ରକାଶ ଦାସ ଯାଜପୁର ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ମହୋଦୟଙ୍କ ନିକଟରେ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି ।ପ୍ରକାଶଥାଉକି, ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ବିଭିନ୍ନ ବିଭାଗ ଅଫିସ ମାନଙ୍କରେ ସ୍ଥାୟୀ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ଧରି ଭବିଷ୍ୟତରେ ସରକାରୀ ଅନୁଦାନ ପାଇବା ଆଶା ରଖି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ସକାଳ ୧୦ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ପଞ୍ଚାୟତ ଅଫିସ୍ ଖୋଲା ରଖି ପଞ୍ଚାୟତ ଅଧିବାସୀମାନଙ୍କୁ ନିରନ୍ତର ସେବା ପ୍ରଦାନ କରୁଛନ୍ତି । ହେଲେ ଏମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଅନୁଦାନ ଟଙ୍କା କିଛି ମିଳୁନାହିଁ । ଭାରତ ସ୍ୱାଧୀନ ହେଲାଣି ୭୫ବର୍ଷ । ଏ ବାବଦରେ ସଂଘ ପକ୍ଷରୁ ବହୁବାର (ଶାସନ ଓ ପ୍ରଶାସନ) ନିକଟରେ ଗୁହାରୀ କରାଯାଇଅଛି । ତତ୍ସହିତ ଏବେ ୫-ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗ୍ରସ୍ତ ସମୟରେ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ଦାବୀ ଅଭିଯୋଗ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ଏବଂ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ମଧ୍ୟ ଦାବି ସ୍ମାରକପତ୍ର ଦିଆଯାଇଅଛି । କିନ୍ତୁ ଏପର୍ଯ୍ୟନ୍ତ ହେଲା ସରକାରୀସ୍ତରରେ ଘୋଷଣା କରିନଥିବା ଯୋଗୁଁ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି ବୋଲି ରାଜ୍ୟ ସଂଘ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ମତ ପ୍ରକାଶ କରିଛନ୍ତି । ଏଣୁ ସରକାର ଶୁଭଦୃଷ୍ଟି ଦେଇ ଶୀଘ୍ର ଏହି କର୍ମଚାରୀମାନଙ୍କୁ ସରକାରୀ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଅନୁଦାନ ବ୍ୟବସ୍ଥା ପ୍ରଦାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀତୁଣ୍ଡରେ ଘୋଷଣା କରିବା ନିମନ୍ତେ ଆଜିର ବୈଠକରେ ଉପସ୍ଥିତ କର୍ମଚାରୀମାନେ ଦାବି ଉପସ୍ଥାପନ କରିଛନ୍ତି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କର ସାଥି । ତେଣୁ ସଂଘ ଆଶା କରିଛି ନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ଦୁଃଖ ବୁଝିବେ । ୬୭୯୪ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ସପରିବାରବର୍ଗ ନିଶ୍ଚିତ ଖୁସି ହେବେ । ଏହି ବୈଠକରେ ଜିଲ୍ଲା ସଂଘର ବିିଭିନ୍ନ ଗ୍ରାମ ପଞ୍ଚାୟତରୁ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ନାରାୟଣ ବେହେରା, କୃପାସିନ୍ଧୁ ବାରିକ, କ୍ଷୀରୋଦ ବେହେରା, ପାର୍ବତୀ ସ୍ୱାଇଁ, ଚନ୍ଦନ ମହାପାତ୍ର, ଅରୁଣ ପଲେଇ, ବ୍ରହ୍ମଚାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସରପଞ୍ଚ ସଂଘର ସଭାପତି ବିଷ୍ଣୁ ପ୍ରସାଦ ଡ଼େଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ କୁସୁମାଟି ଛଣଘର ସରପଞ୍ଚ ଶ୍ରୀମତୀ ସୁବାସିନୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।