ଓଡ଼ିଶା ଦିବସରେ ଜଳଛତ୍ର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଦିବସ ଅବସରରେ ଜିଲାପାଳଙ୍କ ମୁଖ୍ୟଫାଟକ ପାଶ୍ୱର୍ରେ ସ୍ଥାପନ ପାନୀୟଜଳ ବିତରଣ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଜଳ ବିତରଣ କେନ୍ଦ୍ର ଚଳିତ ଉତ୍କଳ ଦିବସରୁ ଆରମ୍ଭ ହୋଇ ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଓ ‘ସହାୟକ’ର ମିଳିତ ସହଯୋଗରେ ଉତ୍କଳ ଦିବସ ଅବସରରେ ଏହି ପାନୀୟ ଜଳଦାନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ଓ ‘ସହାୟକ’ର ସାଧାରଣ ସଂପାଦକ ବିଜୟ କୁମାର ଦାସ ଅଧିକାରୀ ଏବଂ ଉଭୟ ସଂଗଠନର ବହୁ ସଦସ୍ୟ, ସଦସ୍ୟା ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଦ୍‌ଘାଟନ ଅବସରରେ ଅତରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଉଭୟ ସଂଗଠନର କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକଙ୍କୁ ସାଧୁବାଦ ଜଣାଇଥିଲେ । ପରେ ଏକ ସାଧାରଣ ସଭା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଇଂ. ବନମାଳି ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଡ. କ୍ଷିତୀଶ୍ୱର ଦାଶ, ସୁଦର୍ଶନ ଦାସ, ବସନ୍ତ ନାୟକ, ଡ. କୁମାର ଗୋପାଳ, ଗୌରାଙ୍ଗ ପାଣିଗ୍ରାହୀ, ବାସନ୍ତୀ ପାଣି, ସୁରେନ୍ଦ୍ର ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସାବିତ୍ରୀ ଦାସ, ସୁୁଜିତ୍ କୁମାର ଜେନା, ପ୍ରଫୁଲ୍ଲ କୁମାର ଦାସ, ଦୀପ୍ତିଲତା ଦାସ, ସଚୀନ୍ଦ୍ର ଦାସ, ଅରୁଣ କୁମାର ବୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ