ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆଲୋଚନା ସଭା    

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ସ୍ଥିତ ସିପିଆଇ ଶାଖା କାର୍ଯ୍ୟାଳୟ ପରିସରରେ ଗୁରୁବାର ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଶାଖା ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପର୍ଶୁ ବିଷୋୟୀ ସଭାରେ  ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ସଭାରେ ସଙ୍ଘର ଉପଦେଷ୍ଟା ତଥା ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସହାୟତା  ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଦିଗପହଣ୍ଡି ବ୍ଲକ ସ୍ତରରେ ନିର୍ମାଣ ଶ୍ରମିକ ମାନଙ୍କୁ ସଂଗଠିତ କରି ସେମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ କରାଯିବା ନିମନ୍ତେ ମତପ୍ରକାଶ କରିଥିଲେ। ସେହିପରି ସଂଘ ର ସାଙ୍ଗଠନିକ ଅଭିବୃଦ୍ଧି କିପରି କରାଯିବ ସେ ନେଇ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହିତ କରାଯାଇଥିଲା। ଲେବର କାର୍ଡ ଥିବା ନିର୍ମାଣ ଶ୍ରମିକ ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଗତ କୋଭିଡ଼ ମହାମାରୀ ସହାୟତା,ଉଚ୍ଚ ଶିକ୍ଷା ପାଇଁ ସହାୟତା,ବୈବାହିକ ସହାୟତା ଏବଂ ମୃତ୍ୟୁ କାଳିନ ସରକାରୀ ସହାୟତା ମିଳି ନାହିଁ। ସରକାରୀ ସହାୟତା ପାଇଁ ଆବେଦନ କରିଥିବା ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ସଂଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଶ୍ରମ ଯୁଗ୍ମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ  ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସେହିପରି ଲେବର ନେଟ୍ ଏବଂ ଭାସ୍କର ଫାଉଣ୍ଡେସନ ପକ୍ଷରୁ କୁଶପଡ଼,କୋଟିନଡ଼ା,ସିଦ୍ଧେଶ୍ଵର,ବି.ତୁରୁବୁଡ଼ି ପ୍ରଭୃତି ପଞ୍ଚାୟତ ମାନଙ୍କରେ ନିର୍ମାଣ ଶ୍ରମିକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ମଞ୍ଜୁର କରାଯାଇନଥିବା ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶେଷରେ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଦିଗପହଣ୍ଡି ବ୍ଲକ ଶାଖାର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।ସଭାପତି ରୂପେ କିଶୋର ଶତପଥି,ଉପ ସଭାପତି – ପ୍ରଶାନ୍ତ ପ୍ରଧାନ,ସାଧାରଣ ସମ୍ପାଦକ – ମନୋଜ ବିଷୋୟୀ,ସହ – ସମ୍ପାଦକ ପର୍ଶୁ ବିଷୋୟୀ,କୋଷାଧ୍ୟକ୍ଷ ରୂପେ ଲୋକନାଥ ବିଷୋୟୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବାବୁ ବେହେରା,ରମେଶ ଭୁଁୟା, ହେମ ସେଠୀ,ଗୋଲାପି ଗୌଡ଼,ରଞ୍ଜିତା ବିଷୋୟୀ,ବନମାଳୀ ମଳିକ ଏବଂ ଦଣ୍ଡପାଣି ସାହୁ ଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ