ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ୪୬ ତମ ସାଧାରଣ ଅଧିବେଶନ

କଟକ, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ୪୬ ତମ ସାଧାରଣ ଅଧିବେଶନ। ରାଜ୍ୟରେ ପାଇପ ଜଳ କର୍ମଚରୀ ସଂଘର ୨ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ବିଭିନ୍ନ ଜିଲ୍ଲାରୁ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା କର୍ମଚାରୀଙ୍କ ପାଇଁ ସହରରେ ଗୋଟିଏ ଘରର ସୁବିଧା ଯୋଗାଇବା ଆଦି ଦାବି ଜଣାଇଛନ୍ତି କର୍ମଚାରୀ ସଂଘ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେପଟେ କାର୍ଯ୍ୟକ୍ରମ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ସଂଘର ଯାହା ଦାବି ରହିଛି ତାହାକୁ ମୋହନ ମାଝୀଙ୍କ ସରକାର ନିଶ୍ଚୟ ବିଚାର କରିବେ। ଏଥିପାଇଁ ସରକାର ସଂପୂର୍ଣ୍ଣ ଭାବରେ କ୍ରିୟାଶୀଳ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ