ଓଡ଼ିଶା ପୁରୁଷ ବକ୍ସିଂ ଦଳର ବରେଲି ଯାତ୍ରା

ବ୍ରହ୍ମପୁର,(ଅନିଲ କୁମାର):ଆସନ୍ତା ୭ ଜାନୁଆରୀ ଠାରୁ ୧୩ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ର ବରେଲି ଠାରେ ୮ମ ପୁରୁଷ ଜାତୀୟ ଏଲିଟ ସିନିୟର୍ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ର ୧୦ ଜଣ ବକ୍ସର , ୩ ଜଣ କୋଚ୍, ମ୍ୟାନେଜର ଓ ୧ ଜଣ ରିଫେରୀ ଜଜ୍ ମୋଟ ୧୪ ଜଣିଆ ଦଳ ନୀଳାଚଳ ଏକ୍ସପ୍ରେସ ଯୋଗେ ଆଜି ଅପରାହ୍ନ ରେ ବରେଲି ଅଭିମୁଖେ ଯାତ୍ରା ଆରମ୍ଭ କଲେ ବୋଲି ଓଏବିଏର ସମ୍ପାଦକ ଅନିଲ ବୋହିଦାର ଜଣାଇଛନ୍ତି। ପୁରୁଷ ଦଳ ରେ ରାଇଲା ରାହୁଲ, ଆଦିତ୍ୟ ନାଇକ, ପ୍ରିତମ ଟେଟେ, ବି. ନୀଳକଣ୍ଠ, ଜତିନ ଶର୍ମା, ଗୋପୀନାଥ ଗୋଚିକର, ସୁଧାଂଶୁ ଶେଖର ସାହୁ, ଅମନ ପାଢି, ଆଦିତ୍ୟ କୁମାର ମହାନ୍ତି, ପେନିଏଲ ସମୀର ପାତ୍ର କୋଚ୍ ଭାବେ ଲିଟୁ ଦାସ, ଅମରଦିପ ଡୁଙ୍ଗଡୁଙ୍ଗ ମ୍ୟାନେଜର ଭାବେ ଶିବରାମ ପାତ୍ର ତଥା ଆରଜେ ଭାବେ ସ୍ଥାନୀୟ କୋଚ୍ ତଥା ଅନ୍ତର୍ଜାତୀୟ ରିଫେରୀ ଜଜ୍ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ଆଶୀର୍ବାଦ ବେହେରା, ଅଶୋକ ସାହୁ, ଅଞ୍ଜନ ଦାସ, ବିଜୟ ଦାସ, କେ ପ୍ରଭାକର ରାଓ, ବାବୁ ପାତ୍ର, ଲୋଡୁ ସାହୁ, ଆର୍.ଏନ୍ ପାଢ଼ି, ଜେ କେ ରାଓ, ବସନ୍ତ ପାଣଗ୍ରାହୀ, ଶରତ ମହାପାତ୍ର, ଉପେନ୍ଦ୍ର ପଟ୍ଟନାୟକ ଏଵଂ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ତଥା ବହୁତ୍ ବକ୍ସର ଓ କ୍ରୀଡ଼ା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ