ଓଡ଼ିଶା ପ୍ରଦେଶର ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାଲେଶ୍ଵର ଗସ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ପ୍ରଦେଶ ପାଈଁ କେନ୍ଦ୍ରୀୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ସାଂଗଠନିକ କାମରେ ବାଲେଶ୍ଵର ଗସ୍ତରେ ଆସିଛନ୍ତି। ଦିବା ୧ଟା ସମୟରେ ନୋସି ହେଲିପ୍ଯାଡ଼ରେ ଅବତରଣ କରିବା ସମୟରେ ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ବରିଷ୍ଠ ନେତା ଅଜିତ୍ ପାଢ଼ୀଙ୍କ ସହିତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଶ୍ରୀଯୁକ୍ତ ତୋମାର ସମଗ୍ର ଲୋକସଭା ଓ ଅନ୍ତର୍ଗତ ସାତ ବିଧାନସଭାର ନିର୍ବାଚନ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ପର୍ଯ୍ୟାୟ କ୍ରମେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ବଡ଼ସାହି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ନିଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ସମସ୍ତ ସଂଯୋଜକ, ପ୍ରଭାରୀଙ୍କ ସହିତ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ