ଓଡ଼ିଶା ପ୍ରଶାସନିକ ସେବା ଫଳାଫଳରେ ଅଙ୍କିତା ସ୍ବାଇଁ ୧୬୫ ନମ୍ଵର ସ୍ଥାନରେ
ରାଜନଗର,(ୱାଏନଏସ):କେନ୍ଦ୍ରାପଡା ଜିଲ୍ଲାରାଜନଗର ବ୍ଲକର ଦାଣ୍ଡି ଗ୍ରାମର ଅଙ୍କିତା ସ୍ବାଇଁ ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେଵା ଫଳାଫଳରେ ୧୬୫ ତମ ସ୍ଥାନରେ ରହିଛନ୍ତି। ପିତା ଅମୂଲ୍ୟ କୁମାର ସ୍ବାଇଁ,ମାଆ ମମତା ସ୍ବାଇଁଙ୍କ ଝିଅ ଅଙ୍କିତା ଙ୍କ ଏହି ସଫଳତାର ଖବର ପ୍ରସାରିତ ହେଵାପରେ ସମଗ୍ର ଗାଁରେ ଖୁସିର ଲହରି ଖେଳିଯାଇଛି । ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅଙ୍କିତା ଏହି ସଫଳତା ପାଇଁ କୈାଣସି କୋଚିଂ ନେଇନଥିଲେ ,ପରନ୍ତୁ ନିଜସ୍ବ ନିଷ୍ଠା ଓ ପରିଶ୍ରମ ବଳରେ ଏହି ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା ମାଆ ଓ ଭାଇଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି । ସେ ରାଜନଗର ଓ କେନ୍ଦ୍ରାପଡା ପରି ଦୈଵିଦୁର୍ବିପାକ ଅଞ୍ଚଳରୁ ଆସିଥିବାରୁ ଗ୍ରାମୀଣ ତଥା ଚାଷବାସ କରୁଥିବା ମଣିଷର ସ୍ଥିତି ଓ ଦୁସ୍ଥିତିକୁ ନିକଟରୁ ଦେଖିଛନ୍ତି ଓ ଗ୍ରାମୀଣ ମହିଳାମାନଙ୍କ ଶିକ୍ଷା,ସ୍ବାସ୍ଥ୍ୟ ସମସ୍ୟା ଵିଷୟରେ ଅବଗତ ଅଛନ୍ତି ବୋଲି କହିଛନ୍ତି । ତେଣୁ ଭଵିଷ୍ୟତରେ ଏହି କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ସେହିପରି ଏହି ବ୍ଲକ ସାତଭାୟା ଗ୍ରାମର ପ୍ରଜ୍ଞା ପାରଙ୍ଗମ ଓଏଏସ ପରୀକ୍ଷାରେ ୪ର୍ଥ ସ୍ଥାନରେ ରହି ସଫଳତା ଆସଲ କରିଥିବାରୁ ଏହି ଦୁଇ ଝିଅଙ୍କ ପାଇଁ ବ୍ଲକ ଗର୍ବିତ। ତାଙ୍କର ଏହି କୃତିତ୍ଵ ପାଇଁ ପୂର୍ବତନ ବିଧାୟକ ରାଜନଗର ଅଂଶୁମାନ ମହାନ୍ତି, ଗୋଲକ ସ୍ବାଇଁ,ଭ୍ରମରଵର ପ୍ରଧାନ,ବରିଷ୍ଠ କଥାକାର ପ୍ରଦୀପ ନାୟକ, ସଚ୍ଚିଦାନନ୍ଦ ପାତ୍ର,ଗୁରୁଚରଣ ବରାଳ, ଦିଲ୍ଲୀପ ପ୍ରଧାନ,ବିଜୟ ପାତ୍ର ଆଦି ସମଗ୍ର ଗ୍ରାମବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଅଛନ୍ତି ।