ଓଡ଼ିଶା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟିର ମୟୂରଭଞ୍ଜ ଗସ୍ତ

ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡି଼ଶା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ଶେଷ ଦିନରେ ମୟୂରଭଞ୍ଜରେ ପହଞ୍ଚି ଜିଲ୍ଲା ଅଧିକାରୀ ମାନଙ୍କ ସହ ବୁଧବାର ଦିନ ଜିଲ୍ଲା ପରିଷଦ କନ୍ଫରେନ୍ସ ହଲରେ ସମୀକ୍ଷା ବୈଠକ କରିଥିଲେ ଏବଂ ପରେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ.
୨୦୨୪-୨୫ ବର୍ଷର ଉକ୍ତ କମିଟିର ୯ମ ବୈଠକ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟତମ ସଦସ୍ୟ ତଥା ବିଧାୟକ ଭାବେ ଅଶ୍ୱିନୀ କୁମାର ପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ, ବାରିପଦା ବିଧାୟକ ପ୍ରକାଶ ସୋରେନ ଏହି ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ସମୀକ୍ଷା ବୈଠକରେ ଓ.ଏସ.ଆର.ଟି.ସି., ପର୍ଯ୍ୟଟନ, ଓଡ଼ିଶା ବନ ନିଗମ, ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ, ଓ.ପି.ଟି.ସି.ଏଲ., ଯୋଗାଣ ନିଗମ ଆଦି ଦ୍ଵାରା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଯୋଜନା ଆଦିର କାର୍ଯ୍ୟକାରୀତା, ସଫଳତା ଓ ସମସ୍ୟା ସମ୍ବନ୍ଧରେ ସମୀକ୍ଷା କରିଥିଲେ.
ବିଶେଷ କରି ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତାର ସହ ତ୍ବରାନ୍ବିତ କରିବା ପାଇଁ କମିଟିର ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ. ସେହିପରି ବାଲି ଉତ୍ତୋଳନରେ ମାଫିଆ ରାଜ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ କମିଟି ନିର୍ଦ୍ଦେଶ ପ୍ରଦାନ କରିଛି. ପରେ ପରେ କ୍ଷେତ୍ର ପରିଦର୍ଶନରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କମିଟି ସଦସ୍ୟମାନେ ଯଶିପୁର ଅଂଚଳ ପରିଦର୍ଶନ କରି ସେଠାରେ ଅଭିଯୋଗ ଓ ସମସ୍ୟାର ତଦାରଖ କରିଥିଲେ. ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ କମିଟିର କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକରେ ଉପସ୍ଥିତ ରହି ବିଭାଗୀୟ ତଥ୍ୟ ଓ ସମସ୍ୟା ସମ୍ବନ୍ଧରେ କମିଟିକୁ ଅବଗତ କରାଇଥିଲେ. ସହକାରୀ କଲେକ୍ଟର ମାନସୀ ତରାଇ ପରିଚାଳନାରେ ସହଯୋଗ କରିଥିବା ବେଳେ, ସମ୍ପୃକ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ନିଗମ ମାନଙ୍କର ସାଧାରଣ ପରିପ୍ପଳକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି କମିଟି ନିକଟରେ ନିଜ ନିଜ ବିଭାଗାୟ ତଥ୍ୟ ଉପସ୍ଥାପନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ