ଓଡ଼ିଶା ମାଇମ୍ ସେଣ୍ଟରର ‘ମାଇମ୍‌’ ଅଭିନୟ କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ‘ମାଇମ୍‌’ ଅଭିନୟ ବା ମୂକାଭିନୟକୁ ଓଡ଼ିଶାରେ ପ୍ରଚାର ଓ ପ୍ରସାର କରାଇବା ଲାଗି ଓଡ଼ିଶା ମାଇମ୍ ସେଣ୍ଟରର ଆୟୋଜନରେ ‘ଏମ୍‌-ଫେଷ୍ଟ’ ନାମରେ ୨୫ ନଭେମ୍ବର ଠାରୁ ୨୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଏକ ଉତ୍ସବର ଆୟୋଜନ କରାଯାଇଛି ସ୍ଥାନୀୟ ଏନ୍‌.ଏ.ସି ଅଫିସ କାର୍ଯ୍ୟାଳୟ ପରିସରରେ ମୁକ୍ତାକାଶ ରଙ୍ଗମଂଚରେ ‘ମାଇମ୍ ସୋ’ର ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ସଂଗୀତ ନାଟକ ଏକାଡ଼େମୀ ପୁରସ୍କୃତ କଳାକାର ସଂସ୍କୃତି ରତ୍ନ ନାରାୟଣ ମହାରଣା ସହିତ ଓଡ଼ିଶା ମାଇମ୍ ସେଣ୍ଟରର ସମ୍ପାଦକ ଶିବ ଶଙ୍କର ତ୍ରିପାଠୀ ଉପସ୍ଥିତ ଥିଲେ । ଭାରତର ବିଖ୍ୟାତ ‘ମାଇମ୍‌’ ଅଭିନେତା ଓ ନିର୍ଦ୍ଦେଶକ କମଲ୍ ନସ୍କର ଏହି କାର୍ଯ୍ୟକ୍ରମରେ ନିଜର ଚମତ୍କାର ଅଭିନୟ ପରିବେଷଣ କରିଥିଲେ । ସେ ପରିବେଷଣ କରିଥିବା ମୂକାଭିନୟ ଗୁଡ଼ିକ ହେଲା – ଚୋର, ଗୁପ୍‌ଚୁପ୍ ବାଲା, ପ୍ରେମ, ବାଥରୁମ୍ ଇତ୍ୟାଦି ଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିବ ଶଙ୍କର ତ୍ରିପାଠୀ, ସଂଗୀତ ପରିଚାଳନା କରିଥିଲେ ରାଜ୍‌କୁମାର । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅଶୋକ ମହାପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ