ଓଡ଼ିଶା ମୋଟର ଚାଳକ ସଂଘ ପାରଳାଖେମୁଣ୍ଡି ଶାଖା ପକ୍ଷରୁ ରୋଟାରୀ କ୍ଲବ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟସ୍ଥ ରୋଟାରି କ୍ଳବ ଠାରେ ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ଚାଳକ ଦିବସ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମୋଟର ଚାଳକ ସଂଘର ସଭାପତି ଶ୍ରୀନିବାସ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇ ଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଏହି କାର୍ଯ୍ୟକ୍ରମକୁ ରିବନ କାଟିଶୁଭଉଦଘାଟନକରିଥିଲେଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଅଫିସର ଡକ୍ଟର ଏନ ରବିବାବୁ,ଲେବ ଟେକ୍ନିସିୟାନ ଖଗେଶ୍ବର ବେହେରା,ଡାଟା ମେନେଜମେଣ୍ଟ ଆସିଷ୍ଟାଣ୍ଡ ପିଙ୍କି ପାଢ଼ୀ ,ବି ବାବୁଲା ପ୍ରମୁଖ ଉପସ୍ଥିତ ରହି ପଞ୍ଜିକୃତ ଓ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଟର ଚାଳକ ସଂଘର ସଦସ୍ୟ ମାନେ ରକ୍ତ ଦାନ କରିଥିଲେ।ଏହି ରକ୍ତ ଦାନ ଶିବିରରେ 32 ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା। ଓଡ଼ିଶା ମଟର ଚାଳକ ସଂଘ ପାରଳାଖେମୁଣ୍ଡି ଶାଖାର ସମ୍ପାଦକ ଭାସ୍କର ରାଓ,ଉପ ସଭାପତି ନାଗେଶ୍ୱର ରାଓ,କୋଷାଧ୍ୟକ୍ଷ ଉମା ଶଙ୍କର ଜେନା ଉପ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ