ଓଡ଼ିଶା ମୋ ପରିବାର ପକ୍ଷରୁ ଜେଇଇ ଓ ନିଟ୍ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଜେଇଇ ଓ ନିଟ୍ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ତଥାପି ପରୀକ୍ଷା କେନ୍ଦ୍ର ନିକଟରେ ଓଡ଼ିଶା ମୋ ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ, ବିସ୍କୁଟ ଓ ସାନିଟାଇଜର ବିତରଣ କରାଯାଇ ଥିଲା । ବୁଧବାର ଭିଗନାନ୍ ପରୀକ୍ଷା କେନ୍ଦ୍ର ନିକଟରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅସିତ୍ ସାବତ ଓ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଉପସଭାପତି ତାପସ ସାହୁ, ରୋଲାଣ୍ଡ କଲେଜ ପରୀକ୍ଷା କେନ୍ଦ୍ରରେ ଯୁବ ବିଜେଡି ସାଧାରଣ ସମ୍ପାଦକ ସୂର୍ଯ୍ୟ ସୁବୁଦ୍ଧି ଓ ବନିତା ଦାସ, ବ୍ରହ୍ମପୁର ଖଲ୍ଲିକୋଟ କଲେଜ ନିକଟ ପରୀକ୍ଷା କେନ୍ଦ୍ରରେ ବିଜୟ ସାମଲ ଓ ସସ୍ମିତା ସାହୁ ପ୍ରମୁଖ ଖାଦ୍ୟ ସମାଗ୍ରୀ ଏବଂ ପାଣି ବୋତଲ ବାଣ୍ଟିଥିଲେ । ଜ୍ୟୋତିରଞ୍ଜନ ସାହୁ ଓ ଅଜିତ କୁମାର ପଣ୍ଡା ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ