ଓଡ଼ିଶା ମୋ ପରିବାର ସହାୟତାରେ ୭ ଦିନ ପରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମର ଶରୀର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନ ଖାରୀଗୁଡ଼ା ଗ୍ରାମ ପଞ୍ଚାୟତ ନିକଟସ୍ଥ ଚାଞ୍ଚାଡାପଲ୍ଲୀ ଗ୍ରାମର ସୁନିଲ ରଇତ ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ମହାରାଷ୍ଟ୍ରର ବମ୍ୱେ ସହରକୁ ଯାଇଥିଲେ। ତାଙ୍କ ସହିତ ସେହି ଗ୍ରାମର ଆଉ କିଛି ଯୁବକ ଦାଦନ ଖଟିବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ତାହା ଏବେ ମଧ୍ୟ ଅସ୍ପଷ୍ଟ। ଏହି ଖବର ପରିବାର ଲୋକେ ଜାଣିବା ପରେ ଅଡବା ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ପରିଷଦ ଉପାଧ୍ଯକ୍ଷା କୁନ୍ତଳା ମଳିକଙ୍କୁ ଜଣାଇବା ପରେ ଓଡିଶା ମୋ ପରିବାର ପକ୍ଷରୁ ତାଙ୍କର ମୃତ ଶରୀର ନିଜ ଗ୍ରାମ ଚାଞ୍ଚାଡାପଲ୍ଲୀକୁ ଅଣାଯାଇଥିଲା। ଏହା ମଧ୍ୟରେ ୭ ଦିନ ବିଳମ୍ଵ ଘଟିଥିଲା। ଶବାଧାର ନିକଟରେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା କୁନ୍ତଳା ମଲ୍ଲିକ, ଖାରି ଗୁଡା ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ। ସରପଞ୍ଚ ତାଙ୍କ ପରିବାର ଙ୍କୁ ହରିଶ୍ଚନ୍ଦ୍ର ଯେIଜନାରେ ୨ହଜାର ଟଙ୍କା ଓ ବ୍ଲକ ଅଧ୍ଯକ୍ଷ ୧ ହଜାର ଟଙ୍କା ପ୍ରଦାନ କରିଥିଲେ I ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।


