ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଫୁଟବଲ୍‌‌ ପ୍ରତିଯୋଗିତା ରେ କନ୍ଧମାଳ ଦଳ ଉପବିଜେତା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କଟକ ସ୍ଥିତ ପ୍ରିୟବ୍ରତ ଷ୍ଟାଡ଼ିୟମ୍‌‌ ଠାରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଫୁଟବଲ୍‌‌ ଏବଂ ସିପକଟାକ୍ରେ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲା ଫୁଟବଲ୍‌‌ରେ ରନର୍ସ ଅଫ୍‌‌ ହୋଇଛି। ଅନୁଷ୍ଠିତ ପ୍ରତିଯୋଗିତାରେ ୩୦ଟି ଜିଲାର ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ ଫୁଟବଲର ଫାଇନାଲ୍‌‌ ମ୍ୟାଚ୍‌‌ ବଲାଙ୍ଗିର ଏବଂ କନ୍ଧମାଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌‌ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲା ୧-୦ ଗୋଲ୍‌‌ରେ ବିଜୟ ଲାଭ କରିଛି। ବଲାଙ୍ଗିର ଜିଲା ବିଜେତା ହୋଇଥିବା ବେଳେ କନ୍ଧମାଳ ଜିଲା ଉପବିଜେତା ଭାବେ ପୁରସ୍କୃତ ହୋଇଛି। କନ୍ଧମାଳ ଜିଲାରୁ କୋଚ୍‌‌ ନଶିବ୍‌‌ କୁମାର ପ୍ରଧାନ ଏବଂ ମ୍ୟାନେଜର ସୁଶିଲ୍‌‌ କୁମାର କହଁରଙ୍କ ନେତୃତ୍ୱରେ କନ୍ଧମାଳ ଫୁଟବଲ୍‌‌ ଦଳ ଗସ୍ତ କରିଥିଲା। ଉକ୍ତ ଦଳ ଫୁଲବାଣୀରେ ପହଞ୍ଚିବା ପରେ ଖେଳାଳି ମାନଙ୍କୁ ଜିଲା ଶିକ୍ଷା ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ବିିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ