ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ୧୮ଶ ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର କେନ୍ଦୁଝରଠାରେ ଅନୁଷ୍ଠିତ ୧୮ଶ ରାଜ୍ୟ ସମ୍ମିଳନୀରେ ନିର୍ବାଚିତ ହୋଇଥିବା ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ ଉତ୍ସବ ଓ ପ୍ରଥମ କାଯ୍ୟକାରିଣୀ ବୈଠକ ୨୪ ତାରିଖ ଶନିବାର ସତ୍ୟନଗରସ୍ଥିତ ଯାନ୍ତ୍ରିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଓ ପୁରୁଣା ନେତୃତ୍ୱ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ସମ୍ବଲପୁରର ସଦାନନ୍ଦ ବେହେରା, ଢେଙ୍କାନାଳର ଅରୁଣ ବଳିୟାରସିଂହ ପ୍ରମୁଖ ଯୋଗ େଇଥିଲେ । ବରିଷ୍ଠ କର୍ମଚାରୀ ନେତା ସାଥୀ ପ୍ରତାପ ଚନ୍ଦ୍ର ମିଶ୍ର ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇବା ସହ ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବତନ ସାଧାରଣ ସମ୍ପାଦକ ସାଥୀ ନରୋତ୍ତମ ପାର୍ଥସାରଥୀ ରାଜ୍ୟରୁ ୪ଜଣ ନ୍ୟାସନାଲ ଏକ୍‌ଜ୍ୟୁଟିଭ ମେମ୍ବର ମନୋନୀତ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱମାନେ ସଂଗଠନକୁ ମଜଭୁତ କରିବା ସହ କର୍ମଚାରୀଙ୍କ ସମସ୍ୟା ଉପରେ ମତ ରଖିଥିଲେ । ସାଧାରଣ ସମ୍ପାଦକ ସୁଜିତ କମୁାର ନାୟକ ଏବଂ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ବରିଷ୍ଠ ନେତୃତ୍ୱ କ୍ଷେତ୍ରମୋହନ ଦାସ ସଂଗଠନର ଆଗାମୀ ଦିନର କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ମାର୍ଚ୍ଚ ୨୦୨୩ ସୁଦ୍ଧା ରାଜ୍ୟରେ ବାକି ଥିବା ଜିଲ୍ଲାର ସମ୍ମିଳନୀ ସାରିବା ପାଇଁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକଙ୍କ ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ଜାନୁୟାରୀ ୨୦୨୩ ସୁଦ୍ଧା ଜଏଣ୍ଟ କନ୍‌ଭେନସନ ଓ ସମସ୍ତ ଜିଲ୍ଲାରେ ଜିଲ୍ଲା ସମ୍ମିଳନୀ ସାରିବାକୁ ପରାମର୍ଶ ଦେଇଥିଲେ ଏବଂ ୨୭.୧୨.୨୦୨୨ ଠାରୁ ୩୧.୧୨.୨୦୨୨ରିଖ ପର୍ଯ୍ୟନ୍ତ ପିଏମ୍‌ଜି ଛକରେ ଲେଡ଼ି ମେଟ୍ରନ ମାନଙ୍କ ଧାରଣା କାର୍ଯ୍ୟକ୍ରମ ରହିଛି ବୋଲି ଘୋଷଣା କରାଯାଇଥିଲା । ମହିଳା ସବ୍‌କମିଟି ସଦସ୍ୟ ସୀତା ଭୋଳ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ୮ମ ମହିଳା ସମ୍ମିଳନୀ ତା ୨୭.୦୧.୨୦୨୩ରୁ ୨୯.୦୧.୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଓଡ଼ିଶାରୁ ୧୧ଜଣ ପ୍ରତିନିଧି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶେଷରେ ଯୁଗ୍ମ ସମ୍ବାଦକ ଲଳିତ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ