ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):୭୫ ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ପରିବେଶବିତ୍ ତଥା ଆଡପଡା ଈଶାଣେଶ୍ବର ପାଠାଗାର ସଭାପତି ଶ୍ରୀଯୁକ୍ତ_ବନମାଳୀ_ପ୍ରଧାନ ଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅମ୍ଳାନ ନାୟକଶ୍ରୀ ପ୍ରଧାନ ଙ୍କୁ ପ୍ରକୃତି_ବନ୍ଧୁ_ପୁରସ୍କାର_୨୦୨୧ ରେ ସମ୍ମାନିତ ସହ ପୁରସ୍କୃତ କରିଛନ୍ତି ବନ୍ୟ ସୁରକ୍ଷା କ୍ଷେତ୍ରରେ ଜନସାଧାରଣ ଙ୍କୁ ସଚେତନତା କରାଇବା ପାଇଁ ଆହ୍ୱାନ ଦେଇଥିଲେ।ଏହି ପୁରସ୍କାର ପାଇଁ ଆଡପଡା ସରପଞ୍ଚ ଶ୍ରୀ_ନୀଳମାଧବ_ରାଉତ ଏବଂ ଈଶାଣେଶ୍ବର_ମନ୍ଦିର_କମିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଶ୍ରୀ ପ୍ରଧାନ ଦୀର୍ଘ 35 ବର୍ଷ ହେଲା ବୃକ୍ଷ ରୋପଣ,ପରିବେଶ ସଚେତନତା, ବିଭିନ୍ନ ସ୍କୁଲ, କଲେଜ, ମନ୍ଦିର, ଶ୍ମଶାନରେ ବୃକ୍ଷ ରୋପଣ କରି ଆସୁଛନ୍ତି । ଆଡପଡା ସ୍ଥିତ ଈଶାଣେଶ୍ବର ମନ୍ଦିର ମଧ୍ୟରେ ବୃକ୍ଷ ରୋପଣ କରି ସାରା ଭାରତ ବର୍ଷ ରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସମସ୍ତ ଜନସାଧାରଣଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇ ସେ ଅନୁରୋଧ କରିଛନ୍ତି