ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ବର: ଦୁଇ ବର୍ଷ ତଥା ୨୦୧୫ ଓ ୨୦୧୬ ବର୍ଷ ପାଇଁ ଘୋଷଣା ହୋଇଛି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୯ଟି ବିଭାଗରେ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଲେଖକମାନଙ୍କ ନାମକୁ ଘୋଷଣା କରାଯାଇଛି। ତେବେ ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ଓ ପବିତ୍ର ପାଣିଗ୍ରାହୀଙ୍କ ନାମକୁ ମନୋନୀତ କରାଯାଇଛି। ୯ଟି ବିଭାଗ ମଧ୍ୟରୁ ୨୦୧୫ ବର୍ଷ ପାଇଁ କ୍ଷୁଦ୍ର ଗଳ୍ପ ବିଭାଗରେ ପବିତ୍ର ପାଣିଗ୍ରାହୀଙ୍କ ନାମକୁ ମନୋନୀତ କରାଯାଇଥିବା ବେଳେ ୨୦୧୬ ବର୍ଷ ପାଇଁ ଦେବଦାସ ଛୋଟରାୟଙ୍କ ନାମକୁ ମନୋନୀତ କରାଯାଇଛି। ‘ଗପର ମୁହଁ’ ପାଇଁ ପବିତ୍ର ପାଣିଗ୍ରାହୀ ଏହି ପୁରସ୍କାର ପାଇବେ। ସେହିପରି ‘ରମାକୁ ମାରିବାର ପାଞ୍ଚଟି ଉପାୟ’ ପୁସ୍ତକ ପାଇଁ ଦେବଦାସ ଛୋଟରାୟଙ୍କୁ ସମ୍ମାନୀତ କରାଯିବ। ସେହିପରି ନାଟକ ଓ ଏକାଙ୍କିକା- ସଂଜୟ ହାତୀ ଏବଂ ନବୀନ କୁମାର ପରିଡ଼ା, ପ୍ରବନ୍ଧ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟରେ ଧରଣୀଧର ପାଣିଗ୍ରାହୀ, ଅନୁବାଦରେ ବିଜୟ ମହାନ୍ତି, ଶିଶୁ ସାହିତ୍ୟରେ ରବୀନ୍ଦ୍ର ବିଶ୍ୱାଳ ପାଇବେ। ୨୦୧୫ ପାଇଁ ଗୀତି କବିତା ବର୍ଗରେ ମନୋଜ ମହାନ୍ତି ପୁରସ୍କାର ପାଇବେ। ସେହିପରି ୨୦୧୬ ପାଇଁ ଉପନ୍ୟାସରେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପରେ ଦେବଦାସ ଛୋଟରାୟ, କବିତାରେ ଭଗବାନ ଜୟସିଂହ, ନାଟକରେ ଫକୀର ସିଂହ, ପ୍ରବନ୍ଧ- ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ ସାହିତ୍ୟରେ ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଅନୁବାଦରେ ଶାରଦା ରଥ, ଶିଶୁ ସାହିତ୍ୟରେ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ବର୍ଗରେ ମିଶ୍ର ସତ୍ୟନାରାୟଣ ପୁରସ୍କାର ପାଇବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ