ଓଡିଆମାନେ ଦକ୍ଷଣ-ପୂର୍ବ ଏସୀୟ ଦେଶରେ ବେପାର ବଣିଜ କରି ନାଁ କରିଥିଲେ

ନୂଆଦିଲ୍ଲୀ ନୂଆଦିଲ୍ଲୀ : ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ । ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଭାରତ ତଥା ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡିଆ ବ୍ୟକ୍ତିବିଶେଷଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ କେନ୍ଦ୍ରମନ୍ତ୍ରୀ ଏହା ଉପରେ ଆଲୋଚନା କରିଥିଲେ । ଏହି ଦେଶ ଗୁଡିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍ କରିବା, ରାଷ୍ଟ୍ରୀୟ ଲକ୍ ଡାଉନ ତୁରନ୍ତ ଲାଗୁ କରିବା ସହ ଲକ୍ ଡାଉନ ନିୟମକୁ କଡାକଡି ପାଳନ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା
ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଲୋକାମାନେ ମତପ୍ରକାଶ କରିଥିଲେ । କରୋନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରବର୍ତୀ ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ପ୍ରମୁଖ ବ୍ୟକ୍ତିତ୍ୱ ମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ ।
କରୋନା ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ