ଓଡିଆରପି ଘର ଭଡାଦେଲେ ବାତିଲ କରାଯିବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବିଶ୍ୱ ବ୍ୟାଙ୍କ ସହାୟତାରେ ଗଂଜାମ ଜିଲ୍ଲା ଉପକୂଳବର୍ତ୍ତୀ ଆର୍ଥୀକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ନିର୍ମାଣ କରାଯାଇଥିବା ବାତ୍ୟା ନିରୋଧକ ଘର ନିର୍ଦ୍ଧାରିତ ସମୟରେ ସଂମ୍ପୂଣ୍ଣ କରିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି । ଯେଉଁ ଲୋକ ମାନଙ୍କ ୁ ଘର ପ୍ରଦାନ କରାଯାଇଛି ସେମାନେ ସେଠାରେ ନରହିଲେ କିମ୍ଭା ଘରକୁ ଭଡା ଆକାରରେ ଦେଲେ ଏହା ତାଙ୍କ ନାମ ଠାରୁ ବାତିଲ କରାଯାଇ ଅନ୍ୟ ହିତାଧିକାରୀ ମାନଙ୍କୁ ଘର ପ୍ରଦାନ କରାଯିବ । ପ୍ରତୈକ ଘରେ ସଠିକ୍ ହିତାଧିକାରୀ ରହୁଛନ୍ତି କି ନାହିଁ ତାହା ରିତିନୀତି ଭାବେ ଯାଞ୍ଚ କରାଯିବ । ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡିଆରପି କଲୋନୀକୁ ସୁଦୃଶ୍ୟ କରିବା ପାଇଁ କୁହାଯାଇଛି ।ଏଥିରେ ଯଥେଷ୍ଟ ବୃକ୍ଷରୋପଣ କୁ ପ୍ରାଧାନ୍ୟ ଦିଆଯାଇଛି । ପାନୀୟ ଜଳ , ଶୈାଚାଳୟ ,ବିଜୁଳି ସଂଯୋଗ , ଅଙ୍ଗନବାଡି କେନ୍ଦ୍ର , ଗୋଷ୍ଟି ଚିତ୍ତବିନୋଦନ କେନ୍ଦ୍ର ପ୍ରଭୂତି ପ୍ରତେକ କଲୋନୀରେ ସଂମ୍ପୂଣ୍ଣ ହେବା ଆବଶ୍ୟକ । ସଂପୃକ୍ତ ଉପଜିଲ୍ଲାପାଳଏହାର ସମୀକ୍ଷା କରିବା ପରେ ଜିଲ୍ଳା ସ୍ତରିୟ ସମୀକ୍ଷା ହେବ । ମୋଟ ୧୬୨୯୦ ଓଡିଆରପି ଘରକୁୂ ସବୁମତେ ସମୟ ଭିତ୍ତିରେ ସଂମ୍ପର୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଠିକା ଦାର ମାନେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଦ୍ଧରେ ଦୃଢ ଫୈାଜଦାରି ମାମଲା ରୁଜୁ କରାଯିବ । ଖଲ୍ଲିକୋଟ ବ୍ଲକ ର ପିତାଗାଡିଆ ଏବଂ ଗଂଜାମ ବ୍ଲକର ଅରୁଣପୁର ଗ୍ରାମର ଓଡିଆରପି କଲୋନୀରେ ନିର୍ମାଣ କରାଯାଉଥିବା ଓଭରହେଡ୍ ଟ୍ୟାଙ୍କର କାର୍ଯ୍ୟଠିକାଦାରଅଧାରୁ ଛାଡି ଦେଇଥିବାରୁ ଏହାର ମାଜିଷ୍ଟେଟ୍ ସ୍ତରୟ୍ର ତଦନ୍ତ କରିବାକୁ ଜିଲ୍ଲାପାଳ ନିଦେଁଶ ଦେଇଛନ୍ତି । ତଦନ୍ତ ପରେ ତାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବୈଠକରେ ଅତିରିକ୍ତ ଜିଳ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ , ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତୟ ଭାଉ ସାହେବ ଛତ୍ରପୁର ଉପଜିଲ୍ଳାପାଳ ପ୍ରିୟ ରଂଜନ ପୃଷ୍ଟି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ