ଓଡିଆ ଇତିହାସର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡଃ ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ୱାବଧାନରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ କାଳଜୟୀ ଓଡିଶା ଇତିହାସର ହିନ୍ଦି ଅନୁବାଦ ପୁସ୍ତକକୁ ଲୋକାର୍ପଣ ଉତ୍ସବର ଦୂରଦର୍ଶନ ଟିଭିରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଏହି ଲୋକାର୍ପଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ ଡଃ. ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା । ଏହି ପୁସ୍ତକକୁ ପ୍ରଫେସର ଶଙ୍କର ଲାଲ ପୁରୋହିତ ଅନୁବାଦ କରିବା ସହିତ ପ୍ରକାଶନ ଦାୟିତ୍ୱରେ ରହିଥିଲେ ଡଃ ହରେକୃଷ୍ଣ ମହତାବଙ୍କ ପୁତ୍ର ସାଂସଦ ଭର୍ତ୍ତୃହରି ମହତାବ । ଆଜିର ଏହି ଦିବସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ “ଆଜାଦୀକା ଅମୃତ ଉତ୍ସବ” ନାମରେ ନାମିତ କରିଛନ୍ତି । କାରଣ ମହତାବ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଶହେ ବର୍ଷ ପୂର୍ତ୍ତି କରିଥିଲେ । ଏହି ଅବସରରେ ପ୍ରଧାମନନ୍ତ୍ରୀ ମୋଦୀ, ତାଙ୍କ ବସ୍ତବ୍ୟରେ ଓଡିଶାର ଅତୀତ ଗାଥାକୁ ତଥା ଐତିହ୍ୟର କଳା, ସାହିତ୍ୟ ଓ ସଂସ୍କୃତି ସ୍ମରଣ କରି ଇତିହାସ କେବଳ ଅତୀତର କାହାଣୀ ନୁହେଁ, ଏହା ଭବିଷ୍ୟତର ଆଇନା ବୋଲି କହିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜ ସଭାଗୃହ ଠାରେ ଏହ ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଲୋକାର୍ପଣର ସିଧା ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କରେ ପାରଳାଖେମୁଣ୍ଡି ସହରର ଉପସ୍ଥିତ ଥିବା ବିଶିଷ୍ଟ ସାହିତ୍ୟିକ ଗବେଷକ ତଥା ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ, ବିଚିତ୍ରାନନ୍ଦ ବେବର୍ତ୍ତା, ନରସିଂହ ଚରଣ ଗୌଡ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାଧୁବାଦ ଓ ଧନ୍ୟବାଦ ଦେଇ କହିଛନ୍ତି ଯେ, ଓଡିଶାବାସୀ ଓଡିଶାର ଅତୀତ ଗାଥା ସମ୍ପର୍କରେ ଯାହା ଜାଣିନାହାନ୍ତି ତାହା ସେ ତାଙ୍କ ଭରଚୁଆଲ ଲୋକାର୍ପଣର ଅଭିଭାଷଣ ବେଳେ ତାହା ସୂଚାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସହରର ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକ ଉପସ୍ଥିତ ରହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିଶିର କୁମାର ଗୌଡ ଓ ନୃସିଂହ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ