ଓଡିଆ ଜାଣିନଥିବା ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଉଦ୍ବେଗ ଜନକ ସ୍ଥିତି ଗଜପତି ଜିଲ୍ଲାର ମାଟ୍ରିକ ଫଳ
ପାରଳାଖେମୁଣ୍ଡି,–(ତାରିଣୀ ପ୍ରଶାଦ ପଣ୍ଡା) ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାରେ ଚଳିତ ଥର ମାଟ୍ରିକ ପରୀକ୍ଷା ଫଳ ଅତ୍ୟନ୍ତ ଉଦ୍ବେଗ ଓ ନୈରାଶ୍ୟ ଜନକ ହୋଇଛି । ଏଥି ପାଇଁ କେବଳ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୁର୍ଣ୍ଣ ରୂପେ ଭୁଷୁଡି ଯାଇଛି । ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାରେ ଓଡିଆ ଠିକ୍ ଭାବେ ଜାଣି ନଥିବା ଶିକ୍ଷକ ମାଙ୍କ ଦ୍ୱାରା ଶିକ୍ଷାଦାନ ଯୋଗୁଁ ମାଟ୍ରିକ ପରୀକ୍ଷା ଫଳରେ ଚଳିତ ଥର ଗଜପତି ଜିଲ୍ଲା ୨୫ତମ ସ୍ତାନରେ ରହିଛି । ଗଜପତିରେ କେବଳ ଜଣେ ମାତ୍ର ଛାତ୍ର ଏ୧ଗ୍ରେଡ ପାଇଥିବା ବେଳେ ଏ୨ରେ ୩ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ରହଛି ୧୪୮ଟି ଉଚ୍ଚ ବିଦ୍ୟାଳୟ । ଚଳିତ ବର୍ଷ ଜିଲ୍ଲାର ସମସ୍ତ ବିଦ୍ୟାଳୟରୁ ୭୨୦୫ଛାତ୍ରଛାତ୍ରୀ ଫର୍ମ ପୁରଣ କରିଥିବା ବେଳେ ୩୫ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୭୦୧୯ଜଣ । ଜଣେ କପି କରି ଧରା ହୋଇଥିଲା । ୭୦୧୮ ଜଣ ମଧ୍ୟରୁ ୬୩.୬୫ପ୍ରତିଶତ ଅର୍ଥାତ ୪୪୬୭ ଜଣ ପାସ୍ କରିଛନ୍ତି । ଅଥଚ କେବଳ ଜଣେ ଏ୧ ହେବା ଜିଲ୍ଲାର ଶିକ୍ଷା ବ୍ୟବସ୍ତା ପ୍ରତି ଆଙ୍ଗୁଲି ନିର୍ଦ୍ଦେଷ କରୁଛି । ବି୧ ଗ୍ରେଡରେ ୩୦,ବି୨ରେ ୧୯୫,ସିରେ ୬୬୧,ଡିରେ ୧୫୩୦,ଇରେ ୨୦୪୭ ଏବମ ଏଫ୍ ଗ୍ରେଡରେ ଅଛନ୍ତି ୨୦୦୧ଜଣ । ଜିଲ୍ଲାରେ ଚଳିତ ଥର ପୁଅଙ୍କ ଠାରୁ ଝିଆଙ୍କ ପାସ୍ ହାର ଅଧିକ । ୨୨୮୩ ଛାତ୍ରୀ ଏବଂ ୨୧୮୪ ଛାତ୍ର ପାସ୍ କରିଛନ୍ତି । ଗତ ବର୍ଷ ମାଟ୍ରିକ ପରିକ୍ଷା ଫଳ ୭୯.୭୮ ପ୍ରତିଶତ ରହିଥିବା ବେଳେ ଚଳିତ ଥର ଏହା ଖସି ଆସିଛି । ତେବେ ଗତ ଥର କେହି ଏ୧ରେ ନଥିବା ବେଳେ ଟଳିତ ବର୍ଷ ଜଣେ ରହିଛନ୍ତି । ଏ୧ ଏବଂ ଏ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର,ସରକାରୀ ସ୍କୁଲର ଜଣେ ବି ନାହାଁନ୍ତି । ଏଭଳି ସ୍ଥିତି ଶିକ୍ଷା ବିବାଗର କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଲି ଉଠାଉଛି । ଗଜପତି ଜ୍ଲ୍ାର ୩ଟି ସ୍କୁଲର ଜଣେ ହେଲେ ପିଲା ପାସ୍ କରିପାରି ନାହାଁନ୍ତି । ଏଭଲି ନୈରାଶ୍ୟଜନକ ପ୍ଦର୍ଶନ ପାଇଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଅନେକ ଦାୟୀ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନେ ଠିକ୍ ସମୟରେ ସ୍କୁଲକୁ ଯାଉନଥିବା,ପିଲାମାନଙ୍କୁ ଠିକ୍ ଭାବେ ପଢାଉ ନଥିବା,ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଳି କରି ସ୍କୁଲକୁ ଯଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରିକି ଓଡିଆ ଠିକ୍ ଭାବେ ଜାଣିନଥିବା ଶିକ୍ଷକଙ୍କୁ ମନଇଚ୍ଛା ନିଯୁକ୍ତି ଦିଆଯାଇଥିବାରୁ ପିଲାମାନେ ସଠିକ ପାଠ ବୁଝିବାରେ ସମସ୍ୟା ସୃଷ୍ଟି ହେଉଥିବା ମଧ୍ୟ ଶିକ୍ଷା ଅବ୍ୟବସ୍ଥାର ଏକ ନଜୀର ପାଲଟିଛି । ରାଜ୍ୟରେ ଗଜପତି ଜିଲ୍ଲା ୨୫ ତମ ସ୍ଥାନରେ ରହିଛି । ଚଳିତ ବର୍ଷ ପରିକ୍ଷା ଫଳକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଠି । ଅଭିବାବକମାନେ ଏଥିପାଇଁ ଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି । ତେବେ ଆସନ୍ତା ଦିନରେ କିଭଳି ଭଲ ଫଳାଫଳ ହୋଇପାରିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ।