ଓଡିଆ ନବବର୍ଷ ଓ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ବସ୍ତ୍ର ଓ ଅନ୍ନପ୍ରସାଦ ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଡିଆ ନବବର୍ଷ ଓ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶାଳଣିଆଁ ମଣ୍ଡଳ ବିଜେପିର ମହିଳାମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ଜେନା ଓ ତାଙ୍କ ସ୍ୱାମୀ ଅଲେଖ ଜେନାଙ୍କ ଦ୍ୱାରା ଗରିବ, ଅସହାୟ, ବୃଦ୍ଧବୃଦ୍ଧା ମାନଙ୍କୁ ଶାଢ଼ୀ, ଲୁଙ୍ଗି, ଗାମୁଛା ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ପବିତ୍ର ଜେନା ପ୍ରମୁଖ ଯୋଗଦେଇ ସେମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ ।