ଓଡିଆ ପକ୍ଷ ନେଇ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମ

ମାଲକାନଗିରି,(ମନୋଜ କୁମାର ସାହା): ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିନରେ ଓଡ଼ିଆ ପକ୍ଷ ଉପଲକ୍ଷେ ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଐତିହ୍ଯ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଆମ ରାଜ୍ଯ ଓଡ଼ିଶା ଏହାର ସଂସ୍କୃତି ଓ ଐତିହ୍ଯ ପାଇଁ ସାରା ବିଶ୍ବରେ ପରିଚିତ। ଏହି ଐତିହ୍ଯସ୍ଥଳୀକୁ ସୁରକ୍ଷା ଦେଇ ସଂରକ୍ଷିତ ରଖିପାରିଲେ ଆମ ପର ପିଢ଼ି ଓଡ଼ିଆଙ୍କ ଶିଳ୍ପ କଳା ଓ କାରୁକାର୍ଯ୍ୟକୁ ଜାଣିପାରିବେ । ଆଜିର ଗଣ ଦୌଡ କାର୍ଯ୍ୟକ୍ରମରେ ସହରର ଅନେକ ଯୁବକ ଯୁବତୀ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଅଶୋକ ଚକ୍ରବର୍ତ୍ତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଲୋକସଭା ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ। ଗଣ ଦୌଡରେ ଭାଗ ନେଇଥିବା ଯୁବକ ଯୁବତୀଙ୍କୁ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସମ୍ମାନୀତ କରାଯାଇଛି ।ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗର କର୍ମଚାରୀ ମାନେ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ