ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ
ନବରଙ୍ଗପୁର,(ୱାଇଏନଏସ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡିଆ ପକ୍ଷ ପାଳନ ଅବସରରେ” ଆମ ରୁଚି ଆମ ଖାଦ୍ୟ” ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । “ଆମ ରୁଚି ଆମ ଖାଦ୍ୟ” ଓଡ଼ିଆ ଘରର ପାରମ୍ପରିକ ରନ୍ଧା ଖାଦ୍ୟ ଯାହା ସ୍ବାସ୍ଥ୍ୟ ପାଇଁ ହିତକର ଏବଂ ଆମ ବହୁ କାଳରୁ ଖାଇଆସୁଛୁ ଏବଂ ଧୀରେ ଧୀରେ ହାଣ୍ଡି ଶାଳ ରୁ ଉଭାନ ହୋଇଯାଉଛି ତାକୁ ଆମେ ପୁନର୍ବାର ଆଦୃତ କରାଇବା ଓ ଏହାର ବିଶେଷ ପ୍ରଚାର, ପ୍ରସାର କରିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ।ମଞ୍ଚରେ ସିଡିଏଓ ପି ଭି ରମଣ ରାଓ,ସିଡ଼ିଭିଓ ଡ ରାଧେଶ୍ୟାମ ଲାଇକ, ଡିଏସଏସଓ ସୁଧାଂଶୁ ପାତ୍ର, ଡିଏସଡବ୍ଲୁଓ ଦ୍ରପୌଦୀ କହଁର, ଡିଆଇପିଆର୍ଓ ମନୋଜ କୁମାର ବେହେରା, ତହସିଲଦାର କୈଳାଶ ତ୍ରିପାଠୀ, ଡିସିଓ ଘାଷିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ପ୍ରଦର୍ଶନକାରୀ ଭାବେ ଆମିଷ ଖାଦ୍ୟ ୧୧ ଟି ଷ୍ଟଲ୍ ଏବଂ ନିରାମିଷ ୧୩ ଟି ଷ୍ଟଲ୍ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରି ବିଚାରକ ମଣ୍ଡଳୀକୁ ବୁଝାଇଥିଲେ ଏବଂ ବିଚାରକ ପ୍ରତ୍ୟେକ ଷ୍ଟଲ୍ ପରିଦର୍ଶନ କରି ମାର୍କ ଦେଇ ବିଚାର ରଖିଥିଲେ। ନିରାମିଷ ଓ ଆମିଷ ଖାଦ୍ୟରେ ଚକୁଳି,ଚନ୍ଦ୍ରକାନ୍ତି, ମାଣ୍ଡିଆ ଜାଉ , କାଙ୍ଗୁ ଖିରି,ମଣ୍ଡା, କାନ୍ଦୁଲ ସିଝା, କାକରା ପିଠା, ଆରିସା ପିଠା,ହାଣ୍ଡି ମାଂସ, କଙ୍କଡା ଏଭଳି ବହୁ ପାରମ୍ପରିକ ରନ୍ଧା ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା।ଏହି ରନ୍ଧା ଖାଦ୍ୟ ନିରାମିଷ ପ୍ରତିଯୋଗିତାରେ ନନ୍ଦାହାଣ୍ଡି ର ମା ସରସ୍ଵତୀ ଏସ ଏଚ ଜି ପ୍ରଥମ , ତେନ୍ତୁଳିଖୁଣ୍ଟି ର ମା ମାଣିକେଶ୍ଵରୀ ଏସ ଏଚ ଜି ଦ୍ୱିତୀୟ ଏବଂ ସ୍ମିତା ନାୟକ ତୃତୀୟ ପୁରସ୍କାର ଏବଂ ଆମିଷ ଖାଦ୍ୟ ରେ ହେମରାଜ ଦଣ୍ଡସେନା ପ୍ରଥମ, ଅମ୍ରିତା ଭୂଷଣ ଦ୍ୱିତୀୟ,ପାର୍ବତୀ ନାୟକ ତୃତୀୟ ପୁରସ୍କାର ଲାଭ କରିଥିଲେ।ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ ପ୍ରଦାନ କରିଥିଲେ।ଜିଲ୍ଲା ସଂସ୍କୃତି ବିଭାଗ ଏବଂ ସମାଜ କଲ୍ୟାଣ ବିଭାଗ ର କର୍ମଚାରୀ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ।