ଓଡିଆ ପାଇଲଟ୍ ମଧୁସ୍ମିତା ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ଆରବରୁ ପ୍ରବାସୀ ଓଡିଆ ମାନେ ଫେରିଥିବା ବିମାନର ଓଡିଆ ପାଇଲଟ୍ କ୍ୟାପ୍ଟେନ୍ ମଧୁସ୍ମିତା ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସଂଯୁକ୍ତ ଆରବ ରାଷ୍ଟ୍ରର ସାରଜାରୁ ଏୟାର ଆର୍ବିଆର୍ ଓଡ଼ିଆ ପାଇଲଟ୍ କ୍ୟାପ୍ଟେନ୍ ମଧୁସ୍ମିତା ପଟ୍ଟନାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ବିମାନ ଯୋଗେ ୨୧୭ ଜଣ ଓଡ଼ିଆ ରାଜ୍ୟକୁ ଫେରିବା ଅତ୍ୟନ୍ତ ଖୁସିର କଥା । କରୋନାର ସଂକଟଜନକ ସ୍ଥିତିରେ ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବା ପଛରେ ଥିବା ସମସ୍ତଙ୍କ ଉତ୍ସାହ ଓ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।