ଓଡିଆ ଫିଲ୍ମ ଜଗତକୁ ପୁଣି ଫେରିଲା ପୁରୁଣା ରୋଗ
ବହୁ ଦିନ ର ନୀରବତା ପରେ ଓଡିଆ ଫିଲ୍ମି ଜଗତକୁ ପୁଣି ଫେରିଛି କାଷ୍ଟିଙ୍ଗକାଉଚ । ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ମଡଲର । ସେ ଅଭିଯୋଗ କରିଛନ୍ତି ଯେ ଭବନେଶ୍ୱରର ଜଣେ ଷ୍ଟୁଡିଓ ମାଲିକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଉକ୍ତ ଯୁବକଙ୍କୁ ସହିଦ ନଗର ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁସାରେ ଉକ୍ତ ଯୁବକଙ୍କ ସହିଦ ନଗର ଅଞ୍ଚଳରେ ଏକ ଷ୍ଟୁଡିଓ ଅଛି । ମଡଲିଙ୍ଗ କରିବାକୁ ଆସିଥିବା ଏହି ଯୁବତୀ ଙ୍କୁ ବଡ ବଡ ପ୍ରଡୋକସନ ହାଉସ ରେ ହିରୋଇନ କରିଦେବାର ଲୋଭ ଦେଖାଇଥିଲେ । ପରେ କାମ ବାହାନାରେ ମଡଲର ଙ୍କ ସହିତ ଶାରିରୀଙ୍କ ସର୍ମ୍ପକ ରଖିଥିବା ଅଭିଯୋଗ କରିଥିଲେ ।