ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ଅଧ୍ୟାପକ ସପନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଅଜୟ କୁମାର ବିଶ୍ୱାଳ, ପିଙ୍କି ପାତ୍ର, ସୁଶ୍ରୀ ଲକ୍ଷ୍ମୀ ଗୌଡ଼, ବିଶ୍ୱରଞ୍ଜନ ସ୍ୱାଇଁ, ରଞ୍ଜିତ କୁମାର ସାମଲ ମଞ୍ଚାସୀନ ରହି ନିଜ ଭାଷା ଏବଂ ସାହିତ୍ୟକୁ ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରିବା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ପୁଷ୍ପ, ଚନ୍ଦନ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମରେ ଶେଷ ବର୍ଷ ଛାତ୍ରଛାତ୍ରୀ ତଥା ସବନମ୍ ,ଅଙ୍କିତା, ଲୀନା, ଜିତେନ୍ଦ୍ର ପ୍ରମୁଖ ନିଜ ନିଜର ଅଭିଜ୍ଞତା ବଖାଣି ଥିଲେ I