ଓଡିଶାକୁ ଆସିଲା ୬ ହଜାର ରାପିଡ୍ ଟେଷ୍ଟିଂ କିଟ୍
ଭୁବନେଶ୍ବର : ଓଡିଶାର କରୋନା ହଟ୍ସ୍ପଟ୍ ରାଜଧାନୀ ଭୁବନେଶ୍ବରକୁ ଆସିଛି ରାପିଡ୍ ଟେଷ୍ଟିଂ କିଟ୍ । ଏହି ରାପିଡ୍ ଟେଷ୍ଟିଂ କିଟ୍ରେ ମାତ୍ର ୩୦ ମିନିଟ୍ ମଧ୍ୟରେ ଫଳାଫଳ ଜଣାପଡିବ । ରାଜ୍ୟ ସରକାର ଚଳିତ ସପ୍ତାହ ମଧ୍ୟରେ ୫ ହଜାର ଟେଷ୍ଟିଂର ଲକ୍ଷ୍ୟ ରଖିଥିବା ବେଳେ ଏହି ଟେଷ୍ଟିଂ କିଟ୍ ଦ୍ବାରା ଏହା ସହଜରେ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ସମୁଦାୟ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ୪୬ ଜଣ ଭୁବନେଶ୍ବରରୁ ରହିଛନ୍ତି ।