ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀରେ  ପଦ ଯାତ୍ରା, ବୁଗୁଡା ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ  ପତ୍ର 

ବୁଗୁଡା  ( ଅନିଲ କୁମାର ମହାରଣା) :ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବୀ ସହ ପୋଲଭରମ ପ୍ରକଳ୍ପ ବନ୍ଦ କରିବା ଓ ମହାନଦୀ ଜଳ ସମସ୍ୟା ତୁରନ୍ତ ସମାଧାନ କରିବା ୩ ଟି ଦାବୀକୁ ଓଡ଼ିଶାର ସବୁ ବ୍ଲକର ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ହେଉଛି ସତ୍ୟବ୍ରତଙ୍କ ମହତ ଉଦ୍ଦେଶ୍ୟ। ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥବା ସତ୍ୟବ୍ରତ ଦାଶ, ଜନ ସଚେତନତା ମଞ୍ଚ,ଓଡ଼ିଶା ପକ୍ଷରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରୁ ତାଙ୍କର ପଦଯାତ୍ରା ଶୁଭାରମ୍ଭ କରିଥିଲେ। ୨୫୨ ଦିନରେ୧୬ଟି ବ୍ଲକର ପ୍ରାୟ ୫୦୦୦ କିଲୋ ମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ବୁଧବାର ଦିନ ବୁଗୁଡ଼ାରେ ପହଁଞ୍ଚି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ବୁଗୁଡା ପ୍ରେସ କ୍ଲବ ସଭାପତି ଅଶୋକ ନନ୍ଦ ଉପସ୍ଥିତ ଥିଲେ ।ଗତକାଲି ସତ୍ୟବ୍ରତ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରି ଭଞ୍ଜନଗର ଓ ବେଳଗୁଣ୍ଠା ବ୍ଲକ ବିଡ଼ିଓଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ଜଗନ୍ନାଥପ୍ରସାଦ ଓ ବୁଗୁଡା ବ୍ଲକ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା କାଲି ସେ ପୋଲସରା ବ୍ଲକରେ ପଦଯାତ୍ରା କରିବେ। ସତ୍ୟବ୍ରତଙ୍କ ଏହି ମହତ ଉଦ୍ଦେଶ୍ୟକୁ ସବୁ ମହଲରେ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ