ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ୩୩୩ ଦିନ ପଦଯାତ୍ରାରେ ୫୫୦୦କିମି ଅତିକ୍ରମ କଲେ ସମାଜସେବୀ ସତ୍ୟବ୍ରତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଯାଜପୁର ଜିଲ୍ଲାର ଯୁବ ସମାଜସେବୀ ସତ୍ୟବ୍ରତ ଦାସ ୩୩୩ ଦିନରେ ୫୫୦୦ କିମି ଅତିକ୍ରମ କରି ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି । ଏହି ଜିଲ୍ଲାର ରାୟଗଡ ବ୍ଲକ ମହକୁମାରେ ପହଞ୍ଚି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ସାଧାରଣଙ୍କୁ ସଚେତନ କରିବା ସହ ପଦଯାତ୍ରାର ଉଦ୍ଦେଶ୍ୟରେ ସମସ୍ତ ଅନୁଭୁତିକୁ ଯୁବ ସମାଜସେବୀ ସତ୍ୟବ୍ରତ ଦାସ ଜଣାଇଥିଲେ । ସେ ୨୦୧୯ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିବାବେଳେ ୩୩୩ ଦିନରେ ପ୍ରାୟ ୫୫୦୦ କିଲୋମିଟର ଅତିକ୍ରମ କରିଥିବା କହିଥିଲେ । ସେ ମୋଟ ୧୮୯ ବ୍ଲକକୁ ପହଞ୍ôଚଥିବା ବେଳେ ବାକି ୧୨୫ଟି ବ୍ଲକକୁ ୨୦୨୧ ଜାନୁୟାରୀ ୨୬ ତାରିଖ ମଧ୍ୟରେ ପହଞ୍ôଚ ୩୧୪ଟି ବ୍ଲକକୁ ଯାଇ ତାଙ୍କର ପଦଯାତ୍ରା ଶେଷ କରିବେ ବୋଲି ସୁଚନା ଦେଇଥିଲେ । ରାୟଗଡରେ ପହଞ୍ଚି ସେ କହିଥିଲେ, ଗଜପତି ଜିଲ୍ଲାର ମୋହନା, ଆର୍‌.ଉଦୟଗିରି, ନୂଆଗଡରେ ପଦଯାତ୍ରା ସମ୍ପୁର୍ଣ୍ଣ କରି ରାୟଗଡ ବ୍ଲକରେ ପହଞ୍ôଚଲି । ରାୟଗଡରେ ତାଙ୍କୁ ବାଣୀଶ୍ରୀ ଛକ ଠାରେ ସ୍ୱାଗତ କରାଯାଇଥିଲା । ଯୁବ ସମାଜସେବୀ ପ୍ରଦୀପ ଦଳେଇ, ବାବୁ ପାତ୍ର, କାଶୀ ଆଚାରୀ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଏକ ଦାବୀପତ୍ର ରୀଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡ ବ୍ଲକ ବିଡିଓ ଲୁକାଶ ପ୍ରଧାନଙ୍କୁ ପ୍ରଦାନ କରିଥିବା ସେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ