ଓଡିଶାରେ ଅତ୍ୟାଚାରୀ, ଭ୍ରଷ୍ଟାଚାରୀ ଓ ବ୍ୟଭିଚାରୀର ଦୁର୍ଗ ପତନ ହେବ : ଧର୍ମେନ୍ଦ୍ର ପ୍ରଧାନ
ସୁକିନ୍ଦା : ଓଡିଶାରେ ବିଜେପି ସରକାର ହେଲେ ରାଜ୍ୟରେ ଅତ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀର ଦୁର୍ଗ ପତନ ହେବ ବୋଲି ଯାଜପୁର ଜିଲ୍ଲା ସୁକିନ୍ଦା ଓ ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ମୟୂରଭଞ୍ଜର ବିକାଶ ହେବା ସହ ଶମିଳିପାଳର ପର୍ଯ୍ୟଟନ ବୃଦ୍ଧି ପାଇବ । ଛଉ ନୃତ୍ୟର ମର୍ଯ୍ୟାଦା ବଢିବା ସହ ଆଦିବାସୀ ଲୋକଙ୍କୁ ରୋଜଗାର ମିଳିବ । ମୁଖ୍ୟମନ୍ତ୍ରୀଙ୍କ ୧୯ ବର୍ଷର ଶାସନରେ ଏ ଅଂଚଳରେ ଶୁଦ୍ଧ ପିଇବା ପାଣି ନାହିଁ, ଜଳସେଚନ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରୋଜଗାରର ଉପଲବ୍ଧ ନଥିବାରୁ ଯୁବକ ବାହାରକୁ ଯାଉଛି । ଏଥିରେ ଓଡିଶାର ବିକାଶ କରିଥିବା ନବୀନ ବାବୁ କହୁଛନ୍ତି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଚିକିତ୍ସା ସୁବିଧା ସ୍ୂରୂପ ବର୍ଷକୁ ୫ ଲକ୍ଷ ଟଙ୍କା ଆୟୁଷ୍ମାନ ଯୋଜନାରେ ବ୍ୟବସ୍ଥା କଲେ ମାତ୍ର ଓଡିଶାରେ ନବୀନ ବାବୁ ଏହି ଯୋଜନା ଲାଗୁ କଲେ ନାହିଁ । ସେହିପରି ଓଡିଶାର ଚାଷୀଙ୍କୁ ଆର୍ଥିକ ସହାୟତା ସ୍ୱରୂପ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ କିନ୍ତୁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଲେ ନାହିଁ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀ ଲାଭ ପାଇନାହାନ୍ତି । ରାଜ୍ୟ ସରକାର ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ଆପଣାଇଛନ୍ତି । ଓଡିଆ ଲୋକ ଦୁଃଖ ଓ କଷ୍ଟରେ ରୁହନ୍ତୁ ମାତ୍ର ଓଡିଶାରେ ନରେନ୍ଦ୍ର ମୋଦିଙ୍କ ନାଁ ନହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି । ଯେତେବେଳେ ପ୍ରଜାତନ୍ତ୍ରରେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ ଏପ୍ରକାର ମନୋମୁଖୀ ଆଭିମୁଖ୍ୟ ନେବା ପାଇଁ ଯୋଜନା କରେ । ୧୯ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ନରେନ୍ଦ୍ର ମୋଦିଙ୍କ ସରକାରକୁ କରାଇ ଦେବେ ନାହିଁ ବୋଲି ଚାହୁଁଛନ୍ତି । ସାଢେ ୪ ଓଡିଆ ଲୋକ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ନବୀନ ବାବୁ ଓ ତାଙ୍କ ବୃଦ୍ଧ ବ୍ୟାଘ୍ର ଘଡେଇ ବାବୁ ବାଧା ସୃଷ୍ଟି କରିପାରିବେ ନାହିଁ । ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପାଇଁ କଣ କଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଥିବା ବେଳେ ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାରକୁ ବିଜୁଳି ପହଁଚାଇଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ମାଆ ଭଉଣୀଙ୍କ ପାଇଁ ମାଗଣାରେ ଏଲପିଜି ଗ୍ୟାସ ଦେବାର ବ୍ୟବସ୍ଥା କରିଛନ୍ତି । ଅନ୍ୟପକ୍ଷେ ବିଜୁ ଜନତା ଦଳର ଲୋକମାନେ ଏ ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପିସି ନେଉଛନ୍ତି । ରାଜ୍ୟରେ ମାଆ ଭଉଣୀମାନେ ସବୁଠୁ ଉତ୍ପୀଡିତ । ସାଢେ ୪ କୋଟି ଓଡିଆ ନବୀନ ବାବୁ ତାଙ୍କ ପରିବାର କଥା କହୁଛନ୍ତି । ତେବେ ସୁକିନ୍ଦାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଗଲା । ଏଥିରେ ଘଡେଇ ବାବୁଙ୍କର ଜ୍ୱାଇଁ ସଞ୍ଜୀବ ସାମନ୍ତରାୟ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଘଡେଇ ବାବୁ ନବୀନଙ୍କ ପାଖ ଲୋକ ବୋଲି ନବୀନ ବାବୁ ତାଙ୍କର ଚାରି ଖୁନ୍ ମାଫ୍ କଲେ । ମାତ୍ର ଓଡିଆ ଲୋକ ଏହାକୁ ମାଫ୍ କରିପାରିବେ ନାହିଁ ବୋଲି ପ୍ରଧାନ କହିଛନ୍ତି । ମୋଦିଙ୍କ ଉପରେ ମୁଖ୍ୟମନ୍ତ୍ରୀ ଇର୍ଷାନ୍ୱିତ ହୋଇ ଦିଲ୍ଲୀରେ ମହାଅପମିଶ୍ରଣ ସରକାରକୁ ସମର୍ଥନ କରିବାକୁ ବାହାରିଛନ୍ତି ।