ଓଡିଶାରେ ଭୂମି ଜିହା
ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ ଭାବେ ଦଖଲ କରିବା ଏବଂ ଇସଲାମ ନାଗର ନିର୍ମାଣ ମାମଲାରେ ମହମ୍ମଦ ମାସୁମ ଖାନଙ୍କ ନାମ ସାମ୍ନାକୁ ଆସୁଛି । ଜାତୀୟ ରାଜପଥ ୩୨୬ ଠାରୁ ୨-୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଜଙ୍ଗଲ ଜମିକୁ ହଡପ କରାଯାଇ ଇସଲାମ ନାଗର ନିର୍ମାଣ କରାଯାଇଛି । ଏହା ସାବରୀ ନଦୀ କୂଳରେ ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ । କୁହାଯାଉଛି ଯେ ମହମ୍ମଦ ମାସୁମ ଖାନ ତତ୍କାଳୀନ ବିଜେଡି ସରକାରଙ୍କ ଖୋଲା ପୃଷ୍ଠପୋଷକତା ଏବଂ ପ୍ରୋତ୍ସାହନ ସହିତ ବେଆଇନ ଭାବେ ଏକ ବିରାଟ ସାମ୍ରାଜ୍ୟ ନିର୍ମାଣ କରିଛନ୍ତି । ଏବେ ବିଜୁ ଜନତା ଦଳ ସହିତ ମାସୁମ ଖାନଙ୍କ ମଧୁଚନ୍ଦ୍ରିକା ସମ୍ପର୍କରେ ମଧ୍ୟ ଅଭିଯୋଗ ଆସୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ମାଲକାନଗିରି ଜିଲ୍ଲାର ବନ ବିଭାଗ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସୁମ ଖାନ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଜଣେ ପୂର୍ବତନ ସାଂସଦଙ୍କ ସହ ଗଭୀର ସମ୍ପର୍କ ଥିବା କୁହାଯାଉଛି । ସେ ବିଜୁ ଜନତା ଦଳର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ତାଙ୍କର ବିଜେଡି କାର୍ଯ୍ୟକ୍ରମରେ ଯୋଗଦେବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପୂର୍ବତନ ସାଂସଦଙ୍କ ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତେବେ ସାଂସଦ ଏ ବାବଦରେ ନିଜର ପ୍ରତିକ୍ରିୟା ଦେଇନାହାଁନ୍ତି । ମାଲକାନଗିରିର ସ୍ଥାନୀୟ ବିଜେପି ନେତାମାନେ କହିଛନ୍ତି ଯେ ରାଜନୈତିକ ପୃଷ୍ଠପୋଷକତାରେ ଶହେ ଏକର ଜଙ୍ଗଲ ଜମି ଦଖଲ କରିବା, ଗଛ କାଟିବା ଏବଂ ସେଠାରୁ ବିରାଟବଡ ଅଟାଳିକା ନିର୍ମାଣ କରିବା ଆଦୌ ସମ୍ଭବ ନୁହେଁ । କେବଳ ଏତିକି ନୁହେଁ ମହାତ୍ମା ଗାନ୍ଧୀ ଘଜଋଏଇ ଯୋଜନା ଅଧୀନରେ ସେହି ସ୍ଥାନକୁ ରାସ୍ତା ନିର୍ମାଣ କରିବା, କୃଷି ଏବଂ ମତ୍ସ୍ୟ ବିଭାଗ ଅର୍ଥରେ ଏକ ବଡ଼ ଜଳଭଣ୍ଡାର ନିର୍ମାଣ, ବିଦ୍ୟୁତ୍ ବିଭାଗ ଦ୍ୱାରା ଏକ ବଡ଼ ଟ୍ରାନ୍ସଫର୍ମର ସ୍ଥାପନ କରିବା ଅସମ୍ଭବ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୨୫ ଏପ୍ରିଲ ୨୦୨୨ ରେ ଆରମ୍ଭ ହୋଇଥିଲା । ,ଏଥିପାଇଁ ସରକାର ୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ବିଜୁ ଜନତା ଦଳ, ବିଶେଷକରି ଜଣେ ପୂର୍ବତନ ସାଂସଦଙ୍କ ସମ୍ପୂର୍ଣ୍ଣ ପୃଷ୍ଠପୋଷକତା ତଥା ପ୍ରୋତ୍ସାହନରେ ଏଭଳି ଏକ ବିଶାଳ ବେଆଇନ କାର୍ଯ୍ୟ କରାଯାଇଛି । ରାଜନୈତିକ କାରଣରୁ ପ୍ରଶାସନ ମଧ୍ୟ ଏହି ପ୍ରସଙ୍ଗରେ ଆଖି ବୁଜି ଦେଇଥିଲା । ଏହି ଜମିର ବେଆଇନ ଦଖଲକୁ ନେଇ ସରକାରୀ କର୍ମଚାରୀଙ୍କ କଥାରେ କୌଣସି ତାଳମେଳ ରହୁନାହିଁ । ସ୍ଥାନୀୟ ତହସିଲଦାର ଏହାକୁ ସଂରକ୍ଷିତ ଜଙ୍ଗଲ କହୁଥିବାବେଳେ ସ୍ଥାନୀୟ ଜଙ୍ଗଲ ବିଭାଗର ରେଞ୍ଜରମାନେ ଏହାକୁ ରାଜସ୍ୱ ଜଙ୍ଗଲ ବୋଲି କହୁଛନ୍ତି । ବେଆଇନ ଜବରଦଖଲ ହଟାଇବା ଦାୟିତ୍ୱ ଜଣେ ଅନ୍ୟ ଜଣଙ୍କ ଉପରେ ଲଦୁଛନ୍ତି । ଏହି ବିଷୟରେ ବିଜେପିର ଜଣେ ରାଜ୍ୟ ମୁଖପାତ୍ର କହିଛନ୍ତି ଯେ ଏହି ସମଗ୍ର ବିଷୟ ଜମି ଜିହାଦ ଅଟେ । ବିଜେପିର ଉତରାଖଣ୍ଡ ଏବଂ ଆସାମ ସରକାର ଜମି ଜିହାଦ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଉତରପ୍ରଦେଶ ଏବଂ ଆସାମର ବିଜେପି ସରକାର ଭଳି ଓଡିଶା ସରକାର ମଧ୍ୟ ସମାନ ନୀତି ଅନୁସରଣ କରିବେ । ବନବାସୀ ଅଂଚଳରେ ଜଙ୍ଗଲ ଜମିକୁ ବେଆଇନ ଭାବେ ଦଖଲ କରି ଇସଲାମ ନଗର ନିର୍ମାଣ କରି ଆଗାମୀ ଦିନରେ ଏକ ଦୀର୍ଘକାଳୀନ ଯୋଜନା କାର୍ଯ୍ୟ କରାଯାଉଛି । ବନବାସୀଙ୍କ ସ୍ୱାର୍ଥକୁ କ୍ଷତି ପହଂଚାଇବାକୁ ଦିଆଯିବ ନାହିଁ । ଏହି ଘଟଣା ସ୍ପଷ୍ଟ କରିଛି ଯେ ବନବାସୀଙ୍କ ସ୍ୱାର୍ଥ ବିଷୟରେ କଥାବାର୍ତା କରୁଥିବା ବିଜେଡି ଏବଂ କଂଗ୍ରେସ ପ୍ରକୃତରେ ବନବାସୀ ବିରୋଧୀ । ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ଅନୁସନ୍ଧାନ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ଗୋଲଖ ଚନ୍ଦ୍ର ଦାସ
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୬୯୫୫୩