ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ହେଲେ ଜଷ୍ଟିସ ଅଜିତ ସିଂ

ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଅଜିତ ସିଂ । ରାଜ୍ୟପାଳ ଲୋକାୟୁକ୍ତ ନିଯୁକ୍ତି ଉପରେ ମୋହର ମାରିବା ପରେ ଜଷ୍ଟିସ ଅଜିତ ସିଂଙ୍କୁ ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତି । ଏହା ସହିତ ଓଡିଶାରେ ଲୋକାୟୁକ୍ତ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ଚର୍ଚ୍ଚାର ଅବସାନ ହୋଇଛି । ଓଡିଶା ଲୋକାୟୁକ୍ତ ଆଇନ ୨୦୧୫ କାର‌୍ୟ୍ୟକ୍ଷମ ହେବା ପରେ ପ୍ରଥମ ଲୋକାୟୁକ୍ତ ଭାବେ ଜଷ୍ଟିସ ଅଜିତ ସିଂଙ୍କୁ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତି ମିଳିଛି ।
ଲୋକାୟୁକ୍ତ ଚୟନ କମିଟି ଜଷ୍ଟିସ ଅଜିତ ସିଂଙ୍କ ନାମକୁ ରାଜ୍ୟପାଳଙ୍କ ଗଣେଶୀ ଲାଲଙ୍କ ନିକଟକୁ ସୁପାରିଶ କରିବା ପରେ, ରାଜ୍ୟପାଳ ଏହାକୁ ଅନୁମୋଦନ ଦେଇଥିଲେ । ଗୌହାଟି ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ଅଜିତ ସିଂ । ସେହିପରି ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ମୁଖ୍ୟ ବିଚାରପତି ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ