ଓଡିଶାର ବରପୁତ୍ର କର୍ମବୀର ବସନ୍ତ ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧତ୍ସୋବ ପାଳିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶାର ବରପୁତ୍ର କର୍ମବୀର ବସନ୍ତ କୁମାର ବିଶ୍ୱାଳଙ୍କ ୧୭ତମ ଶ୍ରାଦ୍ଧଦିବସ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮ଟାରେ ଗୋବରୀ ନଦୀର ବିସର୍ଜ୍ଜନ ଘାଟରେ ତିଳତର୍ପଣ ବସନ୍ତ ବିଶ୍ୱାଳ ସ୍ମୃତି କମିଟିର ସମ୍ପାଦକ ଗୋପାଳ କୃଷ୍ଣ ଜେନାଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ନୂଆ ବସଷ୍ଟାଣ୍ଡ ନିକଟ ବାଇପାସରେ ଥିବା ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୯ଟା ସମୟରେ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ଏକ ସ୍ମୃତିସଭା କମିଟିର କାର୍ଯ୍ୟକାରୀ ସଭାପତି ସୁଶିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତିସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂର୍ଗତ ବିଶ୍ୱାଳ ଅମର ରହିବାକୁ ହେଲେ ଆମକୁ ତାଙ୍କ ଆଦର୍ଶ ଓ ତ୍ୟାଗକୁ ମନେରଖି କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ଆଦର୍ଶ ଓ ନୀତି ନିୟମକୁ ଆମେ କାର୍ଯ୍ୟକାରୀ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବହୁ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଭାଗବତ ବାବୁ ଓ ବସନ୍ତବାବୁଙ୍କ ସହଯୋଗରେ ବାଇପାସ ରୋଡ,ରିଙ୍ଗବନ୍ଧ ସମେତ ବହୁ ବିକାଶ ମୁଳକ କାର୍ଯ୍ୟ ସମ୍ଭବ ହୋଇପାରିଛି । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି, ଶିକ୍ଷାବୀତ ଈଶ୍ୱର ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ମାହାଳିକ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ପ୍ରଧାନ, ପ୍ରଫୁଲ୍ଲ କୁମାର ଦାସ, ଫକିର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ଶରତ କୁମାର ବେହୁରା, ମୁକ୍ତାର ଖାଁ, ସିଦ୍ଧାର୍ଥ ଜେନା, ପଦ୍ମନାଭ ଦାସ, ଶ୍ରୀଧର ନାଥ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଚିତ୍ତରଞ୍ଜନ ଦାସ, ରବୀନ ଦାଶ, ବିଧୁଭୂଷଣ ମହାପାତ୍ର, ଭାଗିରଥୀ ଜେନା, ପ୍ରମୋଦ କୁମାର ବେହେରା, ରମାକାନ୍ତ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ସୂର୍ଗତ ବିଶ୍ୱାଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବସନ୍ତ ବିଶ୍ୱାଳ ସ୍ମୃତି କମିଟିର ସମ୍ପାଦକ ସ୍ମୃତିଚାରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ