ଓଡିଶାର ବରପୁତ୍ର କର୍ମବୀର ବସନ୍ତ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୁଲ୍ୟରେ ଓଡିଶାର ବରପୁତ୍ର, କର୍ମବୀର,ନବ ଓଡିଶା ନିର୍ମାଣର ବିଶ୍ୱକର୍ମା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ମଙ୍ଗଳବାର ସକାଳ ୮ଟାରେ ନୂଆବସଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀର ଶନିଘାଟରେ ତିଳତର୍ପଣ କରାଯାଇ ବାଇପାସରେ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ପରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ପରିସରରେ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ସୁଶିଲ କୁମାର ସାମଲଙ୍କ ପୈାରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ ପ୍ରଶାସକ ଗୁରୁ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି ମୁଖ୍ୟବକ୍ତା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ଓ ସମାଜସେବୀ ଗୋପାଳ ଚନ୍ଦ୍ର ମାହାଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ମୃତି କମିଟି ସମ୍ପାଦକ ଗୋପାଳକୃଷ୍ଣ ଜେନା ତିଳତର୍ପଣ କରିବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉପସଭାପତି ଶରତ କୁମାର ବେହୁରା, ମୁକ୍ତାର ଖାଁ, ସଦସ୍ୟ ଫକିର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ବସନ୍ତ କୁମାର ସେଠୀ, ସର୍ବେଶ୍ୱର ସେଠୀ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ବିଧୁଭୂଷଣ ମହାପାତ୍ର, ଭଞ୍ଜ କିଶୋର ଜେନା, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ରାଜେଶ ମହାନ୍ତି, ଗୁଣନିଧି ଜଗତି, ପଦ୍ମନାଭ ଦାସ, ବାଉରୀବନ୍ଧୁ ଦାସ, ଅମୂଲ୍ୟ ନନ୍ଦ ସାହୁ, ବିଭୁତି ଭୂଷଣ ଦାସ, ସଞ୍ଜୟ କୁମାର ସ୍ୱାଇଁ, ପ୍ରକାଶ ପରିଡା, ସୁବାଷ ଚନ୍ଦ୍ର ମଲ୍ଲିକ, ରିନୁଉଦ୍ଦିନ ଖାଁ, ଶ୍ରୀଧର ନାଥ, ବିଜୟ ବେହେରା, ସେକ ଆଲାମ, ପ୍ରଭାକର ରାଉତ,ସମ୍ବିତ ଶ୍ରୀଚନ୍ଦନ, ସେକ ଲାଲୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବିଭୁତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ