ଓଡିଶାର ଭୌଗଳିକ ସିମାର ସୁରକ୍ଷା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପୂଜ୍ୟ ପୂଜା ସମିତିର ଆହ୍ୱାନ

ବ୍ରହ୍ମପୁର,(ଅନିଲ କୁମାର): ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଆଜି ଉତ୍କଳ ଦିବସରେ ଓଡ଼ିଶାର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମରଣ ସଭା ଆୟୋଜନ କରିଛି l ୧୯୩୬ମସିହା ଅପ୍ରେଲ ପହିଲାରେ ଓଡ଼ିଆ ଭାଷା ଆଧାରରେ ଗଠିତ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ପାଇଁ ବହୁ ଓଡ଼ିଆ ବୀର ଓ ମହାମନୀଷୀଙ୍କ ଅବଦାନ ରହିଛି, ହେଲେ ଆଜି ଓଡିଶା ମାଟି ଆଜି ସୁରକ୍ଷିତ ନୁହଁ l ଓଡିଶାର ଅନେକ ଅଂଚଳ ପଡୋଶୀ ରାଜ୍ୟ ମାନେ ଅକ୍ତିଆର କରି ରଖିଛନ୍ତି, ପ୍ରତ୍ୟେକ ଦିନ ନୂଆ ନୂଆ ଏମଓୟୁ କରି ଓଡିଶାର ଖଣି, ଜଙ୍ଗଲ, ନଦୀ, ପାହାଡ଼ ଆଦି ପ୍ରାକୃତିକ ସମ୍ପଦକୁ ବିଭିନ୍ନ ଦେଶୀୟ ଓ ବିଦେଶୀ କମ୍ପାନୀ ହାତକୁ ଟେକି ଦିଆଯାଉଛି l ଓଡିଶାରେ ମଦ ମାଦକ ଦ୍ରବ୍ୟର ପ୍ରସାର ଯୋଗୁଁ ଲୋକଙ୍କ ଧନ ଜୀବନ ବହୁଳ ମାତ୍ରାରେ କ୍ଷତି ହେଉଛି l ଏଣୁ ଏକ ପ୍ରଗତିଶୀଳ ଓଡିଶାର ନିର୍ମାଣ ପାଇଁ ଏସବୁ ସମସ୍ୟାର ସମାଧାନ ନିହାତି ଆବଶ୍ୟକ ବୋଲି ଆଜି ଉପସ୍ଥିତ ସଭ୍ୟ ମାନେ ମତବ୍ୟକ୍ତ କରିଛନ୍ତି l ଆଜିର ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଆର. ସତ୍ୟ ନାରାୟଣ ରାଓ, ସତ୍ୟବାନ ବେହେରା, ଜି.ଶୁଭଙ୍କର,କବିରାଜ ସାହୁ, ଅଶୋକ କୁମାର ଦଳାଇ,କାହ୍ନ ଚରଣ ପାତ୍ର, ଏସ. ଶାମ୍ବଶିବ ରାଓ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ସାଲ୍ଲା କେଶବ ଲିଙ୍ଗମ, ବିରେନ କୁମାର ବେହେରା, ଆଦିତ୍ୟ ରଥ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ