ଓଡିଶାର ହିମାଳୟ ମହେନ୍ଦ୍ରଗିରିରେ ପବିତ୍ର ବିଚ୍ଛା ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଭିଡ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ତଥା ଓଡିଶାର ହିମାଳୟ ମହେନ୍ଦ୍ରଗିରି ପର୍ବତରେ ପବିତ୍ର କାର୍ତ୍ତିକ ମାସର ବିଚ୍ଛା ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଛି । ଏହି ମାସଟି ଧାର୍ମିକ ମାସଟି ହୋଇଥିବାବେଳେ ଏହି ପୌରାଣିକ ମହେନ୍ଦ୍ରଗିରି ପର୍ବତ ମାଳିକା ଠାରୁ ଆରମ୍ଭ କରି ପବିତ୍ର ରାମାୟଣ ଓ ମହାଭାରତରେ ଉଲ୍ଲେଖ ରହିଥିବା ସୂଚନା ରହିଛି । ଏହି କାର୍ତ୍ତିକ ମାସର ବିଚ୍ଛା ସଂକ୍ରାନ୍ତି ଅବସରରେ ଏଠାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ୫ଶହରୁ ଉର୍ଦ୍ଧ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି । ମହେନ୍ଦ୍ରଗିରି ପର୍ବତ ଓଡିଶା ତଥା ଭାରତ ମାନଚିତ୍ରର ଏକ ଐତିହାସିକ ତଥା ପୌରାଣିକ କିର୍ତ୍ତିରାଜି ଉପରେ ବେଶ ଜଣାଶୁଣା ଅଟେ । ଏହା ସହ ଏହି ମହେନ୍ଦ୍ରଗିରି ଆଧୁନିକ ଭାରତ ବର୍ଷର ଏକ ମୁଖ୍ୟ ପୌରାଣିକ ସ୍ଥାନ ଭାବେ ଲୋକମାନଙ୍କ ପାଖରେ ଏବଂ ଜ୍ଞାନୀଗୁଣି ମଣ୍ଡଳୀରେ ବେଶ ଆଦ୍ରୃତ ରହି ଆସିଛି । ତେଣୁ ଏଠାରେ ପବିତ୍ର ଦିବସ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥାଏ ।


