ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ନବମ ବାର୍ଷିକ ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ପିଏନୟୁଏ କଲେଜ ପରିସରରେ ରବିବାର ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ନବମ ବାର୍ଷିକ ସମ୍ମିଳନୀ ଉପସଭାପତି ହରିକୃଷ୍ଣ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥୀଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ମୁଖ୍ୟବକ୍ତା ଭାବେ ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାଶ, ସମ୍ମାନୀତ ଭାବେ ପୁରୁଷୋତ୍ତମପୁର ଶାଖାର ସଭାପତି ନରସିଂହ ସାହୁ, ଗଂଜାମ ଶାଖା ରସଭାପତି ବାନାମ୍ବର ପଲାଇ , ଛତ୍ରପୁର ଶାଖାର ସାଧାରଣ ସମ୍ପାଦକ ସୋମନାଥ ସାହୁ, ସମ୍ପାଦକ କିଶୋର କୁମାର ପାଢୀ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପାଢୀ, ହିସାବରକ୍ଷକ ଦଣ୍ଡପାଣି ରାଉଳ, ଉପଦେଷ୍ଟା ଗୋବିନ୍ଦ ପଲାଇଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ/ ସଦସ୍ୟା ମାନେ ଯୋଗଦେଇ ସଂଘର ବିଭିନ୍ନ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସୁରେନ୍ଦ୍ର ପାଢୀ ଓ ବିଜୟ କୁମାର ରାଉଳ ଅତିଥୀମାନଙ୍କୁ ମଂଚ ନିମନ୍ତ୍ରଣ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସଦସ୍ୟ ଲକ୍ଷ୍ମଣ ପଣ୍ଡା ବିଭୂବନ୍ଦନା ଗାନ କରିଥିବା ବେଳେ ସାଧାରଣ ସମ୍ପାଦକ ସୋମନାଥ ସାହୁ ବିାର୍ଷୀକ ବିବରଣୀ ପାଠ କରିଥିଲେ । ଏହିଅବସରରେ ଶେଷରେ ଅତିଥୀମାନଙ୍କ ଦ୍ୱାରା ୮୦ବର୍ଷରେ ପଦାର୍ପଣ କରିଥିବା ସଦସ୍ୟ/ ସଦସ୍ୟା ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ