ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଗିଲ ସପ୍ତାହ ପାଳିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶନିବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଗିଲ ବିଜୟର ବିଂଶ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, ହିନ୍ଦି ରଚନା, ବକୃତା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ରତିକାନ୍ତ ପଣ୍ଡା, ସମର କୁମାର ପରିଡା, ଅବିନାଶ ଦାସ, ଚିନ୍ତାମଣି ମଲ୍ଲିକ, ବିଶ୍ୱ ରଂଜନ ମହାନ୍ତି, ମନୋରଂଜନ ବଳ, ଡ.ଅମ୍ବିକା ଜେନା, ଧୃତିତପା ମଲ୍ଲିକ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଚିତ୍ରାଙ୍କନରେ ଗାୟତ୍ରୀ ପରିଡା, ସଂଗୀତରେ ନମ୍ରତା ସାହୁ, ହିନ୍ଦି ରଚନାରେ ସ୍ୱୟଂଶ୍ରୀ ପାତ୍ର, ବକୃତାରେ ଗାୟତ୍ରୀ ଦାସ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି କେନ୍ଦୁଆପଦା ନୋଡାଲ ହାଇସ୍କୁଲରେ ଏନ.ସି.ସି କ୍ୟାଡେଟ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏଥିରେ ଏନ.ସି.ସି ଫାଷ୍ଟ ଅଫିସର ଶଶୀ ଶେଖର କରଶର୍ମା, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ଉତ୍ତମ କୁମାର ଦତ୍ତ, ମଣିଭଦ୍ର ମିଶ୍ର, ଗଦାଧର ସେନାପତି, ତରଣୀସେନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ