ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ
ଚିକିଟି, (କୁରେଶୁ ସାହୁ):ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଧେଶକ ଙ୍କ ଚିଠି ସଂଖ୍ୟା 10260/SME, ତା ୨୩/୭/୨୦୨୦ ପ୍ରକାରେ ଚଳିତଶିକ୍ଷା ବର୍ଷ ୨୦୨୦-୨୧ରେ ପିତାତଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଏକାଦଶଶ୍ରେଣୀରେ ବିଜ୍ଞାନ ବିଭାଗରେ ନାମ ଲେଖା ପାଇଁ ମିଳିଛି ଅନୁମତି l ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦ଟି ଆଦର୍ଶ ବିଦ୍ୟାଳୟ କୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।ଏଥିରେ ପାଞ୍ଚ ଟି ପାଠ୍ୟ ବିଷୟରେ ପିଲାମାନେ ପଢିପାରିବେ।ସେଗୁଡିକ ହେଲା ଇଂରେଜୀ,ଗଣିତ,ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଓ ଉଦ୍ଭିଦବିଜ୍ଞାନ । ଆସନ୍ତା ୪ ତାରିଖରେ ଏହି ସଂକ୍ରାନ୍ତି ରେ ଵିଜ୍ଞାପନ ବାହାରିବ ବୋଲି ବିଦ୍ୟାଳୟ ର ଅଧକ୍ଷ ସିଏଚ ହେମନ୍ତକୁମାର ସୂଚନା ଦେଇଛନ୍ତି।ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବା ନେଇ ଅଞ୍ଚଳ ବାସୀ ଜାଣିବା ପରେ ଆନନ୍ଦର ଲହରୀ ଖେଳିଯାଇଛି।ପୂର୍ବରୁ ଏଠି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ପାଠପଢି ପାରୁଥିଲେ l