ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଷଣ ମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ରମ୍ପା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମର ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ପୋଷଣ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଲିଙ୍ଗିପୁର ବିଦ୍ୟାଳୟ ପରିସରରେ ପୋଷଣ ମେଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଅନେକ ଛାତ୍ର ଏବଂ ଛାତ୍ରୀ ଉକ୍ତ ମେଳାରେ ଶାରୀରିକ ଅଭିବୃଦ୍ଧିରେ ପୋଷଣ ବା ଭିଟାମିନ୍ ଏବଂ ଆଇରନ ତଥା ଇମ୍ୟୁନିଟିର ଭୂମିକା କଣ ଥାଏ ଓ କେଉଁ କେଉଁ ଖାଦ୍ୟରେ କେଉଁ ପ୍ରକାର ପୋଷଣ ଅଛି ସେହି ସବକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ । ଉକ୍ତ ପୋଷଣ ମେଳାରେ ଗଜପତି ଜିଲ୍ଲାକୁ ଆସିଥିବା ନୋଡାଲ ଅଫିସର ରଘୁରାମ ଏବଂ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଛାତ୍ରଛାତ୍ରୀଙ୍କୁ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ