ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନମହୋତ୍ସବ ସପ୍ତାହ ଉପଲକ୍ଷେ ବନ୍ତ ବ୍ଲକ ଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ସମର କୁମାର ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ବଳଙ୍କ ସଂଯୋଜନାରେ ଅନୁଷ୍ଠିିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଶାରୀରିକ ଶିକ୍ଷକ ରତିକାନ୍ତ ପଣ୍ଡା ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ଉପରେ ପିଲା ମାନଙ୍କୁ ବୁଝାଇଥିଲେ । ଏଥିସହ “ବର୍ଷା ଆସିଲାଣି, ଆସ ଗଛ ଲଗାଇବା” ସ୍ଲେ।।ଗନ ଦିଆଯାଇ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ପିଲା ମାନଙ୍କୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱ ରଞ୍ଜନ ମହାନ୍ତି, ଚିନ୍ତାମଣି ମଲ୍ଲିକ, ବାସୁଦେବ ପହି, ଅବିନାଶ ଦାସ, ଡଃ.ଅମ୍ବିକା ଜେନା, ଧୃତିତପା ମଲ୍ଲିକ, ଶିକ୍ଷାକର୍ମଚାରୀ ଶରତ ସାହୁ, ସୌମ୍ୟ ରଞ୍ଜନ ସାହୁ, ଉମାକାନ୍ତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।