ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଡାନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଜକ ମହମ୍ମଦ ନିୟାଜ୍‌, ବନ୍ତ ଥାନାର ସବ୍ ଇନ୍ସପେକ୍ଟର ପ୍ରସାଦ କୁମାର ଜେନା, ନିଳୋକ ସରପଞ୍ଚ ଅଶୋକ କୁମାର ମହାନ୍ତି, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ବଳଙ୍କ ସମେତ ପୋଲିସ କର୍ମଚାରୀ, ଶିକ୍ଷକ, ଶିକ୍ଷାକର୍ମୀ ଓ ଅଭିଭାବକ ମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିସରରେ ୬୦ ପ୍ରକାରର ଫୁଲ, ଫଳ ଓ ଔଷଧିୟ ଆଦି ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ