ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସର ଶିଳାନ୍ୟାଶ

ହାଟଡ଼ିହି, (ବିକାଶ ବିଶ୍ୱାଳ): ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଦୁଇଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ପାଇଁ ଆଜି ମାନ୍ୟବର ବିଧାୟକ ଭାଗିରଥି ସେଠୀ ଶିଳାନ୍ୟାଶ କରି ଏହାଦ୍ୱାରା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଯିବା ଆସିବା ସମସ୍ୟା ଦୁର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟୀନି, ସହକାରୀ ଯନ୍ତ୍ରୀ ତ୍ରିଲୋଚନ ସେଠୀ,ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ, କନିଷ୍ଠଯନ୍ତ୍ରୀ ଲାଲ ମୋହନ ଘୋଷ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନରୋତ୍ତମ ସତପଥି, ସହଦେବ ସାହୁ, ରମାକାନ୍ତ ସାହୁ, ଶତୃଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ, ବାବୁ ଘଡେଇ, ମହେନ୍ଦ୍ର ପ୍ରଧାନ, ମିହିର ଘଡେଇ, ଅନନ୍ତ ହାଁସଦା, ନରେନ୍ଦ୍ର ନାୟକ, କୃତିବାସ ସତପଥି, ଚକ୍ରଧର ଦାସ, ଲିଟୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ